ମେଡିକାଲ କଲେଜକୁ ସୁରକ୍ଷା ଦେବେ ସିଆଇଏସଏଫ ଯବାନ

କୋଲକାତା ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସିଜେଆଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠି ଏହି ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପଟେ ଏହି ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଆଜି ବଡ ଆଶ୍ୱସନା ଦେଇଛନ୍ତି କୋର୍ଟ ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କୋଲକାତା ଆରଜି କର ମେଡିକାଲ କଲେଜର ସୁରକ୍ଷା ଦାୟିତ୍ୱ କୋଲକାତା ପୋଲିସ ହାତରୁ ନେଇ ଆଜି ସୁରକ୍ଷା ବାହିନୀ ସିଆଇଏସଏଫ ହାତକୁ ଦେଇଛି । ଫଳରେ ନିର୍ଭୟରେ ଡାକ୍ତରମାନେ ପୁଣି ତାଙ୍କ କାର୍ଯ୍ୟକୁ ଫେରି ପାଇବେ । ଏନେଇ କୋର୍ଟ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଡାକ୍ତରଙ୍କୁ ତାଙ୍କ କାମକୁ ଫେରିବାକୁ ହେଲେ ପରିସ୍ଥିତି ସୁରକ୍ଷିତ ହେବା ନିହାତି ଆବଶ୍ୟକ । ତେଣୁ ଆମେ ଏହା ପ୍ରତିଶ୍ରୁତି ଦେଉଛୁ, ଆବଶ୍ୟକ ଅନୁଯାୟୀ ସିଆଇଏସଏଫର ଟିମ୍ ଆରଜି କର ମେଡିକାଲ କଲେଜରେ ସୁରକ୍ଷା ପ୍ରଦାନ କରିବେ ।

CISF to be deployed at the RG Kar Medical College and Hospital

ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ୩୧ ବର୍ଷିୟା ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିବା ବେଳେ ସାରା ଦେଶରେ ଡାକ୍ତରଙ୍କ ବିରୋଧ ଓ ଧର୍ମଘଟ ଆରମ୍ଭ ହୋଇଛି। ସଞ୍ଜୟ ରୟ ନାମକ ଜଣେ ନାଗରିକ ସ୍ୱେଚ୍ଛାସେବୀଙ୍କୁ ଗୋଟିଏ ଦିନ ପରେ କୋଲକାତା ପୁଲିସ ଗିରଫ କରିଥିଲା।

କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, "ପ୍ରିନ୍ସିପାଲ୍ କଣ କରୁଥିଲେ? ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏଫ୍‌ଆଇଆର୍ ଦାଖଲ କରାଯାଇ ନଥିଲା କାହିଁକି? ମୃତଦେହ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ କ'ଣ କରୁଛି? ଏକ ଗୁରୁତର ଅପରାଧ ଘଟିଛି।''ସୁପ୍ରିମକୋର୍ଟ ଆହୁରି ବି କହିଛନ୍ତି ଯେ ''ଡାକ୍ତର ଏବଂ ମହିଳା ଡାକ୍ତରଙ୍କ ସୁରକ୍ଷା ଜାତୀୟ ସ୍ୱାର୍ଥର ବିଷୟ। ଏଥିରେ କିଛି ପଦକ୍ଷେପ ନିଆଯିବା ପାଇଁ ଦେଶ ଅନ୍ୟ ଦୁଷ୍କର୍ମ ମାମଲାକୁ ଅପେକ୍ଷା କରିପାରିବ ନାହିଁ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+