Get Updates
Get notified of breaking news, exclusive insights, and must-see stories!

ଇଡି ହେମନ୍ତଙ୍କୁ ଗିରଫ କରିବା ଘଟଣାରେ ବିରୋଧୀଙ୍କ ବୟାନ, ଖଡଗେ ବିଜେପିକୁ କହିଲେ....

ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡ଼ି ଗିରଫ କରିବା ପରେ ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ଇଡି ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଆରମ୍ଭ କରିଛନ୍ତି । ଜମି ଜାଲିଆତି ମାମଲାରେ ଟଙ୍କା ହେର ଫେର ଅଭିଯୋଗରେ ସାତ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ଇଡି ବୁଧବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ।

ଗିରଫ ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ତାଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ହେମନ୍ତଙ୍କୁ ଗିରଫ କରିଥିଲା ଇଡ଼ି । ହେମନ୍ତଙ୍କୁ ଗିରଫ ଘଟଣାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ବୟାନ ରଖିଛନ୍ତି । କେନ୍ଦ୍ରରେ କ୍ଷମତା ରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି, ଯିଏ ମୋଦି ଜିଙ୍କ ସହ ଯାଇ ନାହାଁନ୍ତି ସେ ଜେଲ ଯିବେ ।

Mallikarjun Kharge

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧ ରେ ଇଡି ଲାଗୁ କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ସଂଘୀୟତା ପାଇଁ ଏକ ଝଟକା । ଖର୍ଗେ କହିଛନ୍ତି, ପିଏମଏଲଏ ର ବ୍ୟବସ୍ଥାକୁ ବିରୋଧ କରି ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବା ହେଉଛି ବିଜେପିର ଟୁଲ କିଟର ଏକ ଅଂଶ । ଷଡଯନ୍ତ୍ରର ଅଂଶ ଭାବରେ ବିରୋଧୀ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ଅସ୍ଥିର କରିବା ପାଇଁ ଭାଜପାର କାର୍ଯ୍ୟ ଜାରି ରହିଛି ।

ସେ ଆହୁରି ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି, ଯାହା ଭାଜପାର ୱାଶିଂ ମେସିନରେ ଯିଏ ପ୍ରବେଶ କରିଛି ସେ ସଫା ହୋଇ ବାହାରୁଛି, ଯିଏ ଯାଇ ନାହିଁ ସେ ଅଳିଆ । ଯଦି ଗଣତନ୍ତ୍ରକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ପଡିବ ତେବେ ବିଜେପିକୁ ପରାସ୍ତ ହେବାକୁ ପଡିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+