ରାଜ୍ୟ ସରକାରଙ୍କ କାର୍ଯ୍ୟ....ଏହା ରାଷ୍ଟ୍ରପତି, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରାର ଅପମାନ ଥିଲା;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପରି ଆଜି ରବିବାର ମଧ୍ୟ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଘୋର ଅସମ୍ମାନ ପ୍ରଦର୍ଶନ ଘଟଣାରେ ସମାଲୋଚନା କରିଛନ୍ତି ମୋଦୀ। ଗତକାଲି "ଏକ୍ସ"ରେ ସମାଲୋଚନା କରିଥିଲା ବେଳେ ଆଜି ଖୋଲା ମୈଦାନରେ ନିନ୍ଦା କରିଛନ୍ତି।
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତି ସାନ୍ତାଳୀ ସମ୍ପ୍ରଦାୟର ଏକ ପ୍ରମୁଖ ଉତ୍ସବରେ ଯୋଗଦେବା ପାଇଁ ବଙ୍ଗଳା ଯାଇଥିଲେ। କିନ୍ତୁ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ ଟିଏମସି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲା। ଆଜି ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ସମୟରେ, ଏହା ଗଭୀର ଭାବରେ ଚିନ୍ତାଜନକ ଯେ ଗତକାଲି ପଶ୍ଚିମବଙ୍ଗର ଟିଏମସି ସରକାର ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଘୋର ଅସମ୍ମାନ ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମର ବିଶେଷ ଗୁରୁତ୍ୱ ରହିଛି କାରଣ ରାଷ୍ଟ୍ରପତି ନିଜେ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସାନ୍ତାଳୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ନିରନ୍ତର ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟ ଏହି କାର୍ଯ୍ୟକ୍ରମର କୁପରିଚାଳନା କରିଥିଲା। ଏହା ରାଷ୍ଟ୍ରପତି, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରାର ଅପମାନ ଥିଲା ବୋଲି ମୋଦୀ କହିଛନ୍ତି।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....











Click it and Unblock the Notifications