ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି ; ଏଣିକି ବିଶ୍ଵବିଦ୍ୟାଳୟର କୂଳପତିଙ୍କୁ କୁହାଯିବ କୂଳଗୁରୁ

ଏବେ ରାଜସ୍ଥାନରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୂଳପତିମାନଙ୍କୁ କୂଳଗୁରୁ କୁହାଯିବ। ବିଜେପି କୂଳପତି ନାମକୁ ନେଇ ଆପତ୍ତି କରିଥିଲା। ବିଜେପି ନେତାମାନେ କହିଥିଲେ ଯେ କୂଳପତି ନାମରେ 'ପତି' ଶବ୍ଦ ରହିବା ଭୁଲ ଏବଂ ଏହା ବଦଳରେ 'ଗୁରୁ' ବ୍ୟବହାର କରିବାକୁ ଦାବି କରିଥିଲେ। ଏହା ପରେ, ସରକାର ରାଜସ୍ଥାନ ବିଧାନସଭାରେ ନାମ ପରିବର୍ତ୍ତନ ପାଇଁ ଏକ ବିଲ୍ ଆଗତ କରିଥିଲେ, ଯାହାକୁ ବିଧାନସଭାରେ ଗୃହୀତ କରାଯାଇଛି।

jasthan

ରାଜସ୍ଥାନ ବିଧାନସଭାରେ 'ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍' ଗୃହୀତ ହୋଇଥିଲା। ଏହି ବିଲ୍ ଅନୁଯାୟୀ, ରାଜ୍ୟର ୩୨ଟି ସରକାରୀ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟରେ କୂଳପତିଙ୍କ ପଦବୀକୁ 'କୂଳଗୁରୁ' ଏବଂ ପ୍ରତିକୂଳପତି ପଦବୀକୁ 'ପ୍ରତିକୂଳଗୁରୁ' କରାଯାଇଛି। ଏହି ପରିବର୍ତ୍ତନ କେବଳ ହିନ୍ଦୀ ଭାଷାରେ ଲାଗୁ ହେବ। ଇଂରାଜୀ ଶବ୍ଦ ସମାନ ରହିବ।

ଏହି ପରିବର୍ତ୍ତନକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗରାମ ପଟେଲ କହିଛନ୍ତି ଯେ ବିରୋଧୀ କେବଳ ରାଜନୀତି କରିବା ପାଇଁ ପ୍ରସଙ୍ଗ ଖୋଜୁଛନ୍ତି। ବିଜେପି ସରକାରଙ୍କ ଲକ୍ଷ୍ୟ ହେଉଛି ରାଜ୍ୟରେ ସର୍ବାଙ୍ଗୀନ ବିକାଶ ଆଣିବା ଏବଂ ଅବନତିଶୀଳ ଭିତ୍ତିଭୂମିକୁ ଉନ୍ନତ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+