ଭାରତୀୟ ଧୀବରଙ୍କୁ ବଳପୂର୍ବକ ନଣ୍ଡା କରି ଛାଡ଼ିଲା ଶ୍ରୀଲଙ୍କା ନୌସେନା
ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହୋଇଥିବା ତାମିଲନାଡୁର ୮ ଜଣ ଧୀବରଙ୍କ ମଧ୍ୟରୁ ୫ ଜଣ ଶେଷରେ ଘରକୁ ଫେରିଛନ୍ତି। ସେମାନଙ୍କୁ ଶ୍ରୀଲଙ୍କା ନୌସେନା ମୁକ୍ତ କରିବା ପରେ ସମସ୍ତେ ସିଧା ତାମିଲନାଡୁରେ ପହଞ୍ଚିଛନ୍ତି ।

ତେବେ ଧୀବରମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେମାନଙ୍କୁ ବଳପୂର୍ବକ ଶ୍ରୀଲଙ୍କା ନୌସେନା ପକ୍ଷରୁ ଲଣ୍ଡା କରାଯାଇଥିଲା। ସେହିପରି ସେମାନଙ୍କୁ ନଳା ସଫା କରିବାକୁ ବାଧ୍ୟ କରାଯାଇଥିଲା। ଧୀବରମାନଙ୍କ ସହ ଏଭଳି ବ୍ୟବହାର ଖବର ସମସ୍ତଙ୍କୁ ଚକିତ କରିଛି। ଏହା ବିରୋଧରେ ଧୀବର ମାନଙ୍କ ପରିବାର ଲୋକ ଆପତ୍ତି ଉଠାଇଛନ୍ତି।
ଅଗଷ୍ଟ ୨୭ ତାରିଖରେ ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଭାରତର ୮ ଜଣ ଧୀବରଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଥିଲା। ସେମାନଙ୍କୁ ଡଙ୍ଗାକୁ ମଧ୍ୟ ସିଜ କରାଯାଇଥିଲା।
ତେବେ ସେପ୍ଟେମ୍ବର ୫ରେ କୋର୍ଟ ମାମଲାର ଶୁଣାଣି କରି ୫ ଜଣ ଧୀବରଙ୍କୁ ୫୦ ହଜାର ଟଙ୍କାର ଜୋରିମାନା ଆଦାୟ କରି ଛାଡ଼ି ଦେବାକୁ କହିଥିଲେ। ବାକି ୩ ଜଣଙ୍କୁ ୬ ମାସର ଜେଲଦଣ୍ଡ ମିଳିଥିଲା। କାରଣ ଏହି ୩ ଜଣ ଦ୍ୱିତୀୟ ଥର ପାଇଁ ମାଛ ମାରିବାକୁ ଆସି ଶ୍ରୀଲଙ୍କା ନୌସେନା ହାତରେ ଧରାପଡ଼ିଥିଲେ।
ଜୋରିମାନା ସହ ଖଲାସ ନିର୍ଦ୍ଦେଶ ପାଇଥିବା ୫ ଜଣ ଧୀବରଙ୍କ ପରିବାର ଲୋକ ଋଣ କରି ଟଙ୍କା ଯୋଗାଡ଼ କରିଥିଲେ ଓ ସେପ୍ଟେମ୍ବର ୭ରେ ସେମାନଙ୍କୁ ଶ୍ରୀଲଙ୍କା ନୌସେନା ଖଲାସ କରିଥିଲା।
ତେବେ ୫ ଧୀବର ଘରେ ପହଞ୍ଚିଲା ବେଳକୁ ସେମାନଙ୍କ ମୁଣ୍ଡରେ ଚୁଟି ନଥିଲା। ଶ୍ରୀଲଙ୍କା ନୌସେନା ବଳପୂର୍ବକ ସମସ୍ତଙ୍କୁ ଲଣ୍ଡା କରି ଦେଇଥିବା ପରିବାର ଲୋକ ଦେଖି ଚକିତ ହୋଇଥିଲେ।
ଖଲାସ ଧୀବରମାନଙ୍କ କହିବା କଥା ଯେ ସେମାନଙ୍କୁ ହାତ କଡ଼ା ପକା ଯାଇଥିଲା। ଏହାପରେ ସେମାନଙ୍କୁ ବଳପୂର୍ବକ ଲଣ୍ଡା କରାଯାଇଥିଲା। ସେମାନଙ୍କ ପରିବାର ଲୋକ ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜୋରିମାନା ଅର୍ଥ ଦାଖଲ କରିବାକୁ ସମର୍ଥ ହୋଇ ନଥିବାରୁ ସେମାନଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିଲା।












Click it and Unblock the Notifications