ଏନ୍‌କାଉଣ୍ଟର ବେଳେ ଗୁରୁତର ଥିବା ଯବାନ ଚିକିତ୍ସାଧୀନ ଅବସ୍ଥାରେ ସହିଦ

ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ଅବସ୍ଥାରେ ନାରାୟଣପୁର ମୁଖ୍ୟ ଚିକିତ୍ସାଳୟରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

soldier

ସହିଦ ଯବାନ ଜଣକ ହେଲେ ଖୋଟଲୁ ରାମ କୋରାମ । ଗତକାଲି ବି ଜଣେ ସହିଦ ହୋଇ ଥିଲେ । ଗତକାଲି ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ମାଓନେତା ବାସବରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା । ଏହାପରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ । ୭୦ ବର୍ଷୀୟ ବାସବରାଜୁ ମାଓବାଦୀଙ୍କ ଟପ୍ ନେତା ଥିଲେ । ଅନ୍ୟ ଦୁଇ ବରିଷ୍ଠ ନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁ ଏବଂ ଥିପିରି ତିରୁପତି ଓରଫ୍ ଦେବଜୀଙ୍କର ମୃତ୍ୟୁ ହୋଇଛି । ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ବିଜାପୁର, ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଡିଆରଜି ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+