'ମମତା ବାନାର୍ଜୀଙ୍କ ଶାସନରେ ରାଜ୍ୟର ପରିସ୍ଥିତି ଖରାପ ଆଡ଼କୁ ଗତି କରୁଛି'
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁଷ୍ଟୀକରଣ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସା ଏବଂ ରାଜ୍ୟକୁ ଅଲଗା କରିବା ଲାଗି ପଦକ୍ଷେପକୁ ସଠିକ୍ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ।
ସେ କହିଛନ୍ତି, ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅସାମ୍ବିଧାନିକ ଏବଂ ହିଂସାତ୍ମକ ଢଙ୍ଗରେ ସେଠାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ବୁଥ୍ ସ୍ତରୀୟ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରାଯାଉଥିବାରୁ ସେମାନେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଉଛନ୍ତି ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଥିବା ଶ୍ରୀ ପାତ୍ର କହିଛନ୍ତି ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ରାଜ୍ୟର ପରିସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ନକଲୀ ଆଇଡି ର୍ୟାକେଟ୍ ଏବଂ ଅନୁପ୍ରବେଶକୁ ତୃଣମୂଳ କଂଗ୍ରେସ ପ୍ରୋତ୍ସାହନ ଦେଉଥିବା ସେ ଅଭିଯୋଗ କରିଛନ୍ତି ।












Click it and Unblock the Notifications