ବାଂଲାଦେଶର ସ୍ଥିତି ସାଙ୍ଘାତିକ, ସାରା ଦେଶରେ କର୍ଫ୍ୟୁ ଜାରି କଲେ ସରକାର

ଦିନକୁ ଦିନ ବାଂଲାଦେଶର ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଦେଶ ସାରା ବିଦ୍ରୋହ । ଏହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ଭାବେ ଉଭାଲ ହେଲାଣି । ଏହି ହିଂସାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି।

Bangladesh

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୨୫ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ଦେଶରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଶେଖ ହସିନାଙ୍କ ସରକାର। ଫଳରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

ବାଂଲାଦେଶରେ ସାର୍ବଜନୀନ ସ୍ଥଳୀରେ ହେଉଥିବା ସବୁ ସଭା, ସମିତି ଓ ରାଲି ଉପରେ ରୋକ୍‌ ଲଗାଯାଇଛି। ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏପରି କଠୋର ପଦକ୍ଷେପ ଉଠାଯାଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରବକ୍ତା କହିଛନ୍ତି। ସରକାରଙ୍କ ବହୁ ପଦକ୍ଷେପ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ ଦେଉଛନ୍ତି।

ଗତକାଲି ବହୁ ଛାତ୍ର ଆନ୍ଦୋଳନକାରୀମାନେ ନରସିଂହଡି ଜିଲ୍ଲାସ୍ଥିତ ଜେଲ୍‌ରେ ନିଆଁ ଲଗାଇ ଦେଇ ଶତାଧିକ କଏଦୀଙ୍କୁ ମୁକ୍ତ କରିଦେଇଥିଲେ। ଏହାପରେ ପୂରା ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ଏହି ଜେଲ୍‌ରେ ୧୦୦ରୁ ଅଧିକ କଏଦୀ ଖସି ଯାଇଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+