Get Updates
Get notified of breaking news, exclusive insights, and must-see stories!

୧ ବର୍ଷରେ ୧୧ ଛାତ୍ରଙ୍କ ଆତ୍ମହତ୍ୟା, କେବେ ଲାଗିବ ବ୍ରେକ୍ !

Rajasthan Kota Student Suicide Case: ଗୋଟେ ବର୍ଷରେ ଗଲାଣି ୧୧ ଛାତ୍ରଙ୍କ ଜୀବନ, କୋଟାରେ ଛାତ୍ର ଆତ୍ମହତ୍ୟାରେ ଲାଗୁ ନାହିଁ ବ୍ରେକ୍ । ବର୍ଷ ବିତିବା ସହ କୋଟାରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଟପ୍ କଲେଜ୍, ଭଲ ପାଠ ପଢା ଏବଂ ଅନେକ ସ୍ୱପ୍ନ ନେଇ ପିତାମାତା ନିଜ ପିଲାକୁ କୋଟା ପାଠ ପଢିବା ପାଇ ପଠାଇ ଥାନ୍ତି । ହେଲେ ସେଠି ଏମିତି କ'ଣ ଘଟେ ଯେ, ଛାତ୍ରଛାତ୍ରୀ ମୃତ୍ୟର ମାର୍ଗକୁ ଆପଣାନ୍ତି । ତେବେ ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ ।

ପୁଣି ଜଣେ ଛାତ୍ର ରାଜସ୍ଥାନର କୋଟାଠାରେ ଆତ୍ମହତ୍ୟା କରିଛନ୍ତି। ଏହା ହେଉଛି ଚଳିତ ବର୍ଷର ଏକାଦଶ ମାମଲା । ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା ଖବର ଆସିବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ପୋଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବିହାରର ନାଳନ୍ଦା ବିହାରର 16 ବର୍ଷୀୟ ସନ୍ଦୀପ କୁମାର ବୁଧବାର ଅର୍ଥାତ୍ ଜୁଲାଇ ୩ ତାରିଖ ରାତିରେ ଆତ୍ମହତ୍ୟା କରିଛନ୍ତି।

Rajasthan Kota Student Suicide Case

କୁହାଯାଉଛି ଯେ ସନ୍ଦୀପ କୁମାର ମହାବୀର ନଗର ସେକେଣ୍ଡରେ ଅବସ୍ଥିତ ପିଜିରେ ରହୁଥିଲେ। ସନ୍ଦୀପ କୁମାର ଗତ ଦୁଇ ବର୍ଷ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ପୋଲିସର ସୂଚନାନୁସାରେ ଛାତ୍ର ଜଣକ ବିଳମ୍ବିତ ରାତିରେ ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଆଜି ସକାଳେ ଯେତେବେଳେ ଅନ୍ୟ ଛାତ୍ର ତାଙ୍କ କୋଠରୀର ସ୍କାଏଲାଇଟ୍ ରେ ଏକ ଦଉଡି ଝୁଲୁଥିବାର ଦେଖିଥିଲେ ସେ ତୁରନ୍ତ ହଷ୍ଟେଲ୍ ମାଲିକଙ୍କୁ ଏନେଇ ସୂଚନା ଦେଇଥିଲେ । ଖବର ପାଇଁ ମହାବୀର ନଗର ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚ ମୃତ ଦେହ ଯବତ କରିବା ସବ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନା ଅନୁସାରେ, ସନ୍ଦୀପ କୁମାରଙ୍କ ପିତାମାତାଙ୍କର ଚାରି ବର୍ଷ ପୂର୍ବେ ମୃତ୍ୟୁ ଘଟିଛି । ସେ ଏବଂ ତାଙ୍କ ଭାଇ କୋଟାରେ ରହି ପାଠ ପଢୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+