‘ଦି ସାବରମତୀ ରିପୋର୍ଟ’ ପ୍ରଦର୍ଶନ ସମୟରେ JNUରେ ହେଲା ପଥରମାଡ଼
ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିଥିବା 'ଦି ସାବରମତୀ ରିପୋର୍ଟ' ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ। ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ବିବାଦ ଦେଖା ଯାଇଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ରେ 'ଦି ସାବରମତୀ ରିପୋର୍ଟ' ପ୍ରଦର୍ଶନକୁ ନେଇ ବିବାଦ ଦେଖାଯାଇଛି । ଏହା ସହିତ କ୍ୟାମ୍ପସ ଭିତରେ ପଥରମାଡ଼ ବି ହୋଇଥିବା ଜଣାଯାଇଛି ।
ସୂଚନା ଅନୁସାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦ ସାବରମତୀ ରିପୋର୍ଟ'ର ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ଏହି ସମୟରେ ବାମପନ୍ଥୀ ଛାତ୍ରଛାତ୍ରୀମାନେ ସ୍କ୍ରିନିଂକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ଓ ଏବିଭିପି ଛାତ୍ରଛାତ୍ରୀମାନଙ୍କ ଉପରକୁ ପଥରମାଡ଼ କରିଥିବା ଅଭିଯୋଗ ହୋଇଛି ।

ସାବରମତୀ ଢାବାର ବ୍ୟାଡମିଣ୍ଟନ କୋର୍ଟରେ ଏହି ଫିଲ୍ମର ସ୍କ୍ରିନିଂ ଚାଲିଥିବା ବେଳେ ହଠାତ୍ ପଥର ମାଡ଼ ହେବାରୁ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଫିଲ୍ମ ଦେଖିବା ପାଇଁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଫିଲ୍ମଟି ଗୁଜରାଟର ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଉପରେ ଆଧାରିତ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମକୁ ଦେଖିସାରିଛନ୍ତି ଓ ଏହାର ପ୍ରସଂଶା କରିସାରିଛନ୍ତି ।












Click it and Unblock the Notifications