ଭୟଙ୍କର ହେଉଛି ଋଷ ୟୁକ୍ରେନ ଯୁଦ୍ଧ, ୟୁକ୍ରେନର ୫ ଗାଁକୁ କବଜ୍ଜା ଋଷ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ଏହି ସମୟରେ, ରୁଷିଆ ସୈନ୍ୟମାନେ ୟୁକ୍ରେନରେ ସ୍ଥଳ ଆକ୍ରମଣ ଆରମ୍ଭ କରିବା ସହ ପାଞ୍ଚଟି ଗାଁକୁ ନିଜ ଦଖଲକୁ ନେଇଛନ୍ତି। ୟତେବେ ୟୁକ୍ରେନ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହାନ୍ତି।

ୟୁକ୍ରେନର ଖାର୍କିଭ ଏବଂ ରୁଷିଆ ସୀମାରେ ଥିବା ଏକ ବିବାଦୀୟ ଗ୍ରେ ଜୋନ୍ରେ ରହିଛି। ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ବୋରସିଭ୍କା, ଓହର୍ଟସେଭ୍, ପିଲନା ଏବଂ ଷ୍ଟ୍ରିଲେଚା ଗ୍ରାମଗୁଡିକ ରୁଷିଆ ସୈନ୍ୟମାନେ ଦଖଲ କରିଛନ୍ତି। ପ୍ଲାଟିନିଭ୍କାକୁ ଦଖଲ କରିଥିବା ସୈନ୍ୟମାନେ ଦାବି କରିଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଶନିବାର ସନ୍ଧ୍ୟାରେ କହିଛନ୍ତି ଯେ ଷ୍ଟ୍ରିଲେଚା ଏବଂ ପ୍ଲେଟେନିଭ୍କା, କ୍ରାସ୍ନେ, ମୋରୋକୋଭେଟସ୍, ଓଲିନିକୋଭ, ଲୁକିଆଣ୍ଟି ଏବଂ ହାଥାଇସରେ ମଧ୍ୟ ଯୁଦ୍ଧ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସୈନ୍ୟମାନେ ରୁଷିଆ ସୈନ୍ୟଙ୍କୁ ପାଲଟା ଜବାବ ଦେଉଛନ୍ତି ଏବଂ ୟୁକ୍ରେନ ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି।
ଇନଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ୱାର୍ କହିଛନ୍ତି ଯେ ଅତି କମରେ ଗୋଟିଏ ଗାଁକୁ ଦଖଲ କରାଯାଇଛି। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ଆକ୍ରମଣ ଯୋଗୁ ବସ୍ତିରେ ରହୁଥିବା ୧,୭୦୦ ରୁ ଅଧିକ ସାଧାରଣ ନାଗରିକ ଜୀବନ ଭୟରେ ପଳାୟନ କରିଛନ୍ତି।












Click it and Unblock the Notifications