ଏକାଠି ହେବେ ଶାସକ ଓ ବିରୋଧୀ, ସମ୍ବିଧାନ ଉପରେ ହେବ ଚର୍ଚ୍ଚା

ସପ୍ତାହେ ଧରି ସଂସଦ ଅଚଳାବସ୍ଥାର ଅବସାନ ଘଟିବ । ମଙ୍ଗଳବାର ଅର୍ଥାତ୍ ଆଜିଠୁ ସ୍ବାଭାବିକ ହୋଇପାରେ ଉଭୟ ଗୃହ । ସୋମବାର ସର୍ବଦଳୀୟ ବୈଠକ ପରେ ଏଭଳି ଆଶା ଦେଖାଦେଇଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ସ୍ୱାଭାବିକ ଗୃହ ପରିଚାଳନା ନେଇ ସହମତି ହୋଇଛି । ସମ୍ବିଧାନ ଉପରେ ଚର୍ଚ୍ଚା ନେଇ ରାଜି ହୋଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା।

constitution

ବାଚସ୍ପତି ଓମ୍‌ ବିର୍ଲାଙ୍କ ପକ୍ଷରୁ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଥିଲା । ମିଟିଂ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ମଙ୍ଗଳବାରଠାରୁ ଉଭୟ ଲୋକସଭା ଓ ରାଜ୍ୟସଭା ସ୍ୱାଭାବିକ ହେବା ବୋଲି ଆଶା କରାଯାଉଛି । ଅଧିବେଶନ ଆରମ୍ଭରୁ ଲାଗିରହିଥିବା ଅଚଳାବସ୍ଥାକୁ ନେଇ ସମସ୍ତେ ଚିନ୍ତାବ୍ୟକ୍ତ କରିଥିଲେ । ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ ସହମତି ପ୍ରକାଶ ପାଇଛି । ଲୋକସଭାରେ ଡିସେମ୍ବର ୧୩ ଓ ୧୪ରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିବେ । ସେହିଭଳି ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ଆଲୋଚନା ହେବ । ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି । ଯଦି କେହି କୌଣସି ପ୍ରସଙ୍ଗ ଉଠାଇବାକୁ ଚାହାନ୍ତି, ସେଥିଲାଗି ନିୟମ ରହିଛି । ନିୟମ ଅନୁସାରେ ନୋଟିସ ଦାଖଲ କରିବାକୁ ହେବ । କିନ୍ତୁ ସଂସଦରେ ଅଚଳାବସ୍ଥା ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ । ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ମଙ୍ଗଳବାର ଠାରୁ ଗୃହରେ ସ୍ୱାଭାବିକ ଆଲୋଚନା ହେବା ନେଇ ଆଶା ରହିଛି । ବାଚସ୍ପତି ମଙ୍ଗଳବାର ସମ୍ଭଲ ଓ ବାଂଲାଦେଶ ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଅନୁମତି ଦେବେ ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ସପ୍ତାହେ ବିତିଥିଲେ ହେଁ ଆଦାନି, ସମ୍ଭଲ ଓ ମଣିପୁର ଭଳି ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ ଲାଗିରହିଥିଲା । ବିରୋଧୀମାନେ ନିଜ ଜିଦ୍‌ରେ ଅଟଳ ରହି ହଙ୍ଗାମା କରିଥିଲେ । ଏମିତି କି ସୋମବାର ମଧ୍ୟ ଆଦାନି, ସମ୍ଭଲ ଓ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା ହୋଇଥିଲା । ଏହାପରେ ଉଭୟ ଗୃହକୁ ଡିସେମ୍ବର ୩ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+