ବିପଦ ସଂଙ୍କେତ ଡେଇଁଲା ଯମୁନା:ଦିଲ୍ଲୀ ସ୍ଥିତି ସଙ୍ଗୀନ
ନୂଆଦିଲ୍ଲୀ: ୫୦ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାକ ଜଳସ୍ତର । ୧୯୭୮ରେ ସର୍ବାଧିକ ଜଳସ୍ତର ଉଚ୍ଚତା ୨୦୭.୪୯ ମିଟର ଥିଲା । ବୁଧବାର ରାତି ୯ ଟା ସୁଦ୍ଧା ଜଳସ୍ତର ୨୦୭.୯୫ ମିଟରରେ ପହଞ୍ଚିଛି । ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଏବଂ ହରିୟାଣା ହଥିନିକୁଣ୍ତ ବ୍ୟାରେଜରୁ ୩.୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯିବା କାରଣରୁ ଏପରି ସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ, ଆଜି ଦିନ ୧୦ଟା ସୁଦ୍ଧା ଜଳସ୍ତର ୨୦୮ ମିଟର ଛୁଇଁବା ନେଇଁ ଆକଳନ କରାଯାଇଛି । ଜଳସ୍ତର ବଢିବା କାରଣରୁ ଦିଲ୍ଲୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ହେତୁ ୧୬ ହାଜରରୁ ଅଧିକ ଲୋକକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଏପଟେ ବନ୍ୟା ପରିସ୍ଥିତି ଯୋଗୁଁ, MCDର ଶିକ୍ଷା ବିଭାଗ ଜୁଲାଇ ୧୩ରେ ସିଭିଲ୍ ଲାଇନ୍ସ ଜୋନର ୧୦ଟି ବିଦ୍ୟାଳୟ, ଶହାଦରା ସାଉଥ ଜୋନର ୬ଟି ବିଦ୍ୟାଳୟ ଏବଂ ଶାହଦରା ଉତ୍ତର ଜୋନରେ ୧ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
Delhi Lt Governor VK Saxena has called for a meeting of the Delhi Disaster Management Authority (DDMA) to discuss the flood situation in the National Capital. The meeting will be held at the LG Secretariat at 12 noon today, CM Arvind Kejriwal will also be present at the meeting:… pic.twitter.com/3XXPKh9ZKc
— ANI (@ANI) July 12, 2023
ଦେଶର ରାଜଧାନୀରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ ଡାକିଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହି ବୈଠକ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ରହିବେ।












Click it and Unblock the Notifications