ହାତରେ ଖୋଳା ଚାଲିଛି ଟନେଲ୍: ଖୁବ୍ ବହାରିବେ ୪୧ ଶ୍ରମିକ!
Uttarkashi Tunnel Rescue Update News: ଉତ୍ତରକାଶୀ ଟନେଲରେ ୧୭ ଦିନରେ ପହଞ୍ଚିଛି ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳା ସରିଲାଣି ପ୍ରାୟ ୫୨ ମିଟର, ଏବେ ହାତରେ ଖୋଳା ଚାଲିଛି ଟନେଲ୍ । ଆଉ ମାତ୍ରା ୫ ମିଟର ରହିଲା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ । ଉଦ୍ଧାର କାର୍ଯ୍ୟରେ 'Rat Hole'ମାଇନର ନିୟୋଜିତ । ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟ ସାରିବାକୁ ସମସ୍ତେ ଆଶାବାଦୀ । ପ୍ଲାନ୍ ବି'ଅନୁସାରେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ୮୬ ମିଟରରୁ ୪୬ ମିଟର ଡ୍ରିଲିଂ କାର୍ଯ୍ୟା ଶେଷ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ମେସିମ୍ ଭଗ୍ନାଂଶ ସୁଡ଼ଙ୍ଗ ଭିତରେ ବାହାରିବା ପରେ ମାନୁଆଲ ଡ୍ରିଲିଂ କାର୍ଯ୍ୟା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ରେସ୍କ୍ୟୁ ଟିମର ସଦସ୍ୟ ପାଇପ୍ ଭିତରୁ ମାଟି ବାହାରକୁ କାଢୁଥିବାର ଦେଖିବା ପାଇଁ ମିଳୁଛି । ତେବେ ମେସିନ୍ ଫେଲ୍ ମାରିବା ପରେ ରେଟ୍ ମାଇନର୍ସ ରେସ୍କ୍ୟୁ କାମରେ ଲାଗିଛନ୍ତି, ଯେଉଁ ମାନେ ମେସିନ୍ ଠାରୁ ମଧ୍ୟ ଦ୍ରୁତ ଗତିରେ କାମ କରୁଛନ୍ତି ।
#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
First visuals of manual drilling ongoing inside the rescue tunnel. Auger machine is being used for pushing the pipe. So far about 2 meters of… pic.twitter.com/kXNbItQSQR
— ANI (@ANI) November 28, 2023
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ, ମାନୁଆଲ୍ ଡ୍ରିଲିଂ ପାଇଁ ରେଟ୍ ମାଇନର୍ସଙ୍କ ତିନୋଟି ଟିମ୍ ରହିଛି । ଯେଉଁଥିରେ ୧୨,୭ ଏବଂ ୫ ସଦସ୍ୟଙ୍କ ଏହି ଟିମ୍ ରେସ୍କ୍ୟୁ କାମରେ ଲାଗିଛନ୍ତି । ସେପଟେ ଭର୍ଟିକାଲ ଡ୍ରିଲିଂ କାମ ମଧ୍ୟ ଦ୍ରୁତ୍ ଗତିରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ କାର୍ଯ୍ୟ ପୁରା ହୋଇସାରିଲାଣି ।
ଟନେଲ ତଳେ 60 ମିଟର ମୋଟା କାନ୍ଥ ପଛରେ ଫସି ରହିଥିବା ୪୧ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ସୋମବାର ବିଳମ୍ବିତ ରାତିରେ ମାନୁଆଲ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡ୍ରେନେଜ ପାଇପ ଭିତରେ ଅଟକି ରହିଥିବା ଆଗର ମେସିନର ଏକ ଅଂଶକୁ କାଢାଯିବ ।
ଅନେକ ସରକାରୀ ଏଜେନ୍ସି ବ୍ୟତୀତ ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇ ଆଗର୍ ଡ୍ରିଲିଂ ମେସିନ୍ ଭାଙ୍ଗିବା ପରେ ଟନେଲ୍କୁ ମାନୁଆଲ ଖନନ କରିବା ଆରମ୍ଭ କରିଥିଲା। ମେସିନକୁ ବର୍ତ୍ତମାନ ଟନେଲରୁ ହଟାଇ ଦିଆଯାଇଛି । ପୂର୍ବତନ ଇଞ୍ଜିନିୟର-ମୁଖ୍ୟ ତଥା ଡିଜି BRO ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂ କହିଛନ୍ତି ଯେ, ଆଗର୍ ବ୍ଲେଡ୍ ବାହାରେ, 1.5 ମିଟର କ୍ଷତିଗ୍ରସ୍ତ ପାଇପ୍ ହଟାଯାଉଛି। କ୍ଲିୟରାନ୍ସ ପରେ କୁଶଳୀ ଶ୍ରମିକ ଏବଂ ସେନା ସହାୟତାରେ ମାନୁଆଲ ଡ୍ରିଲିଂ ଆରମ୍ଭ ହେବ । ଦକ୍ଷ ଶ୍ରମିକମାନେ ପ୍ଲାଜମା କିମ୍ବା ପାରମ୍ପାରିକ ପଦ୍ଧତି ବ୍ୟବହାର କରି ମାନୁଆଲ ଡ୍ରିଲିଂ କରିବେ ।












Click it and Unblock the Notifications