ରିପୋର୍ଟରେ ଆସିଲା ଆଶ୍ଚର୍ଯ୍ୟ କଲା ଖବର, ଆମେରିକା ରାଷ୍ଟ୍ରପତି ଭାରତକୁ ଦେବେ ଟଙ୍କା
ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଦେବ ଏବଂ ତାହା ପୁଣି ଋଣ ପରିଶୋଧ ପାଇଁ। ଏନେଇ ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜୁରୀ ବଣ୍ଡ, ବିଲ ଏବଂ ସିକ୍ୟୁରିଟିଜ ଜାରି କରି ଭାରତ ଠାରୁ ନେଇଥିଲା। ଏହି ଆର୍ଥିକ ଉପକରଣଗୁଡ଼ିକ ଋଣ ଚୁକ୍ତି ଭାବେ କାର୍ଯ୍ୟ କରେ, ଯାହା ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସୁଧ ସହିତ ଋଣ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦିଏ। ଭାରତ ଏହି ବଣ୍ଡଗୁଡ଼ିକୁ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ନିବେଶ କରିବା ପାଇଁ ଏକ ନିରାପଦ ମାଧ୍ୟମ ଭାବେ କିଣିଛି। ଏହା ସହିତ ଜାପାନ ଓ ଚାଇନା ମଧ୍ୟ ଭାରତରୁ ଏହିପରି ଋଣ ନେଇଥିବା ଜଣାପଡ଼ିଛି।

ଭାରତ ଆମେରିକୀୟ ଟ୍ରେଜୁରୀ ବଣ୍ଡରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ କରିଛି, ଯାହା କେବଳ ଆମେରିକୀୟ ଅର୍ଥନୀତିକୁ ସମର୍ଥନ କରୁନାହିଁ ବରଂ ଭାରତର ଆର୍ଥିକ ସ୍ଥିରତାକୁ ମଧ୍ୟ ଦୃଢ଼ କରୁଛି। ଆମେରିକାର ଜାତୀୟ ଋଣ ୩୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲେ ମଧ୍ୟ, ବିଶ୍ୱ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ଏବଂ ଆମେରିକୀୟ ସରକାରଙ୍କ ଋଣ ପରିଶୋଧ କ୍ଷମତା ଉପରେ ବିଶ୍ୱବ୍ୟାପୀ ଆସ୍ଥା ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଭାବେ ସ୍ଥାନ ଦେଇଛି। ଏହି କାରଣରୁ ବିଶ୍ୱର ଅନେକ ଦେଶ, ଭାରତ ସମେତ, ଆମେରିକୀୟ ବଣ୍ଡକୁ ଏକ ନିରାପଦ ନିବେଶ ଭାବେ ଗ୍ରହଣ କରୁଛନ୍ତି।
ଏହି ନିବେଶରୁ ଭାରତ ଏକ ନିଶ୍ଚିତ ଓ କମ କ୍ଷତିଯୁକ୍ତ ଆୟ ପାଉଛି, ଯାହା ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ନିଶ୍ଚିତ କରୁଛି। ଏହି ରଣନୀତି ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନକୁ ନିଶ୍ଚିତ ଭାବେ ମଜବୁତ କରୁଛି। ଯଦିଓ ଏହି ନିବେଶ ସମ୍ପର୍କିତ ଖବର ସାର୍ବଜନୀନ ଭାବେ ବେଶୀ ଚର୍ଚ୍ଚା ହୁଏ ନାହିଁ, ଏହା ଭାରତର ଆର୍ଥିକ ଭବିଷ୍ୟତକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସୂଚନା ଅନୁସାରେ, ଜାପାନ ଓ ଚୀନ ମଧ୍ୟ ଭାରତରୁ ଋଣ ନେଇଛନ୍ତି। ତେବେ ଏହି ଋଣର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନାହିଁ।












Click it and Unblock the Notifications