ବର୍ଷା ନେଉଛି ଜୀବନ; କାନ୍ଥ ଭୁଶୁଡ଼ି ୩ ମୃତ, ୯ ଆହତ

ପ୍ରବଳ ବର୍ଷା ପରେ ଭୁଶୁଡ଼ିଲା କାନ୍ଥ। ଏକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୯ ଜଣ ଆହତ ହୋଇଛନ୍ତି। ମାଟି ତଳେ ଏବେବି ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ରାଜସ୍ଥାନର ଜୋଧପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Rajasthan

ରାଜସ୍ଥାନରେ ଗତ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ବୋରନାଡା ଥାନା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ପଡିଛି। ଏହି କାନ୍ଥ ପାଖରେ ଅନେକ ଲୋକ ଶୋଇଥିଲେ। କାନ୍ଥ ଭୁଶୁଡ଼ିବା ପରେ ସମସ୍ତେ ଏହା ତଳେ ଦବି ରହିଛନ୍ତି।

ସୂଚନା ମୁତାବକ, ଆଜି ଭୋର ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ବୋରନାଡା ଏସିପି ନରେନ୍ଦ୍ର ସିଂହ ଓ ଥାନା ଅଧିକାରୀ ଶକିଲ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାର ଗମ୍ଭୀରତାକୁ ଦେଖି ଡିସିପି ପଶ୍ଚିମ ରାଜେଶ ଯାଦବ ଏବଂ ଜିଲ୍ଲା କଲେକ୍ଟର ଗୌରବ ଗୋୟଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+