ଦିଲ୍ଲୀ ନିର୍ବାଚନ ଲାଗି ଶେଷ ହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା, ହାଜରେରୁ ଅଧିକ ପ୍ରାର୍ଥୀ କଲେ ନାମାଙ୍କନ
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ୧ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଏହି ନିର୍ବାଚନ ଲାଗି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଶେଷ ଦିନରେ ବିଜେପିର ଶିଖ ରାଜ ଓ ନିରଜ ବସୟା ନିଜ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆମ୍ ଆଦମୀ ପାର୍ଟିର ଅୱଧ ଓଝା, ରାଖି ବିଦଲାନ ଓ ବନ୍ଦନା କୁମାରୀଙ୍କ ସମେତ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ମନୋନୟନପତ୍ର ଦାଖଲ କରିଛନ୍ତି ।

ଚଳିତ ମାସ ୧୦ ତାରିଖରୁ ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତାକାଲି ପ୍ରାର୍ଥୀପତ୍ର ଗୁଡ଼ିକ ଯାଞ୍ଚ କରାଯିବ । ଆସନ୍ତା ସୋମବାର ହେଉଛି ଏହାର ପ୍ରତ୍ୟାହାରର ଶେଷ ଦିବସ । ଆସନ୍ତାମାସ ୫ ତାରିଖ ଦିନ ଦିଲ୍ଲୀ ବିଧାନସଭା ଲାଗି ଏକକ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୮ ତାରିଖ ଦିନ ଭୋଟ୍ ଗଣତି କରାଯିବ ।












Click it and Unblock the Notifications