ଆସନ୍ତାକାଲି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାଜସ୍ଥାନ ଗସ୍ତରେ ଯିବେ । ସେଠାରେ ସେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ, ରେଳ ଏବଂ ଜଳ ସମ୍ବନ୍ଧୀୟ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ରାଜସ୍ଥାନର ଜୟପୁର ଠାରେ ଏହିସବୁ ପ୍ରକଳ୍ପ ଗୁଡ଼ିକ ପାଇଁ ୪୬ ହଜାର ୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି ।
ଶ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ୭ଟି ପ୍ରକଳ୍ପ ଏବଂ ରାଜ୍ୟ ସରକାରଙ୍କ ୨ଟି ପ୍ରକଳ୍ପ ସମେତ ୧୧ ହଜାର କୋଟିରୁ ଅଧିକ ଟଙ୍କାର ୯ଟି ପ୍ରକଳ୍ପକୁ ଉଦ୍ଘାଟନ କରିବେ । ସେହିପରି ୩୫ ହଜାର ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଥିବା ୯ଟି କେନ୍ଦ୍ରୀୟ ପ୍ରକଳ୍ପ ଓ ୬ଟି ରାଜ୍ୟ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ।

ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନବନେରା ବ୍ୟାରେଜ, ସ୍ମାର୍ଟ୍ ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ୍ ନେଟ୍ୱାର୍କ ଏବଂ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ପ୍ରୋଜେକ୍ଟ, ରେଳ ବିଦ୍ୟୁତିକରଣ ପ୍ରୋଜେକ୍ଟ ରହିଛି । ପ୍ରଧାନମନ୍ତ୍ରୀ ରାମଗଡ଼ ବ୍ୟାରେଜ୍, ମହଲାପୁର ବ୍ୟାରେଜ୍, ବିଶାଲପୁର ଓ ଇସରାଦା ଡ୍ୟାମ୍ର ଶିଳାନ୍ୟାସ କରିବେ












Click it and Unblock the Notifications