ଆସନ୍ତାକାଲି କମନ୍ୱେଲ୍ଥ ସି.ଏସ୍.ପି.ଓ.ସି.ର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍
କମନ୍ୱେଲ୍ଥ ସି.ଏସ୍.ପି.ଓ.ସି.ର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ଏଥିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରିବେ । ୬୦ରୁ ଅଧିକ ରାଜ୍ୟଗୋଷ୍ଠୀ ଦେଶ ଓ ଅର୍ଦ୍ଧସ୍ୱାୟତ ସଂସଦର ବାଚସ୍ପତି ଏବଂ ପ୍ରିଜାଇଡିଂ ଅଧିକାରୀ ଏହି ତିନିଦିନିଆ ସମ୍ମିଳନୀରେ ଯୋଗଦେଉଛନ୍ତି । ବିଭିନ୍ନ ଦେଶର ଶ୍ରେଷ୍ଠ ସଂସଦୀୟ ଗଣତାନ୍ତ୍ରିକ ପଦକ୍ଷେପଗୁଡ଼ିକ ନେଇ ଜ୍ଞାନର ଆଦାନପ୍ରଦାନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଥମ ଦିନରେ ଆଜି ସି.ଏସ୍.ପି.ଓ.ସି.ର ସ୍ଥାୟୀ କମିଟି ବୈଠକ ଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । କୃତ୍ରିମ ବୁଦ୍ଧିମତାର ବ୍ୟବହାର, ନବସୃଜନଶୀଳ ଚିନ୍ତାଧାରା, ସାମାଜିକ ଗଣମାଧ୍ୟମର ପ୍ରଭାବ, ଗଣତନ୍ତ୍ରର ସୁରକ୍ଷା, ସାଂସଦଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ସମ୍ମିଳନୀର ଉଦ୍ଯାପନୀ ଅବସରରେ ବାଚସ୍ପତି ଶ୍ରୀ ବିର୍ଲା ବ୍ରିଟେନ୍ର ହାଉସ୍ ଅଫ୍ କମନ୍ସର ଅଧ୍ୟକ୍ଷ ଲିଣ୍ଡସେ ହୋଇଲ୍ଙ୍କୁ ସି.ଏସ୍.ପି.ଓ.ସି.ର ପରବର୍ତ୍ତୀ ଅଧ୍ୟକ୍ଷତା ପାଇଁ ଦାୟିତ୍ୱ ହସ୍ତାନ୍ତର କରିବେ ।












Click it and Unblock the Notifications