କେରଳର ୱାୟନାଡ ଯିବେ ପ୍ରଧାନମନ୍ତ୍ରୀ, ଖୁସ୍ଖଳନ ଅଞ୍ଚଳ କରିବେ ପରିଦର୍ଶନ
ଭୁସ୍ଖଳନରେ ଧ୍ୱସ୍ତ ବିଧ୍ୱସ୍ତ କେରଳର ୱାୟନାଡକୁ ଆଜି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ।

ସେହିପରି ରିଲିଫ୍ କ୍ୟାମ୍ପ୍ ଏବଂ ହସ୍ପିଟାଲରେ ଥିବା ଆହତ ଏବଂ ମୃତକଙ୍କ ପରିବାରକୁ ମଧ୍ୟ ମୋଦି ଭେଟିବେ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୪ ଶହ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଓଡ଼ିଶାରୁ ଯାଇଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ଏଯାଏଁ ପତ୍ତା ମିଳିନି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁସ୍ଖଳନ ଅଞ୍ଚଳ ଗସ୍ତ କରିବା ପୂର୍ବରୁ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସଚିବ ରାଜୀବ କୁମାରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି।
କେରଳ ସରକାରଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଗଠିତ ଉପସମିତି କେନ୍ଦ୍ରୀୟ ଟିମ୍କୁ ସାକ୍ଷାତ କରିଛି। ଏଥିସହ ଭୁସ୍ଖଳନ ଯୋଗୁ ମାଟିରେ ମିଶିଯାଇଥିବା ଅଞ୍ଚଳରେ ପୁନର୍ବାସ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ ହଜାର କୋଟି ଟଙ୍କାର ଦାବି ରଖିଛନ୍ତି। ଭୁସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଷଜମି ଓ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇ ଯାଇଥିବାରୁ ପୁଣି ଥରେ ତାହାର ପୁନରୁଦ୍ଧାର ନିମନ୍ତେ ଏହି ଆର୍ଥିକ ସହାୟତାର ଆବଶ୍ୟକତା ଥିବା ଉପସମିତି ଦାବି କରିଛନ୍ତି।
କେନ୍ଦ୍ରୀୟ ଟିମ୍ କେରଳ ମନ୍ତ୍ରିମଣ୍ଡଳର ଉପସମିତି ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ, ଶବ ବ୍ୟବଚ୍ଛେଦ, ଡିଏନଏ ପରୀକ୍ଷା, ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।












Click it and Unblock the Notifications