୭୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ୪୫ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଏହି ନବନିଯୁକ୍ତ ମନୋନିତ ହୋଇଛନ୍ତି।

ଏହି ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତିକୁ ପ୍ରାଥମିକତା ପ୍ରଦାନ କରୁଥିବା ପ୍ରମାଣିତ ହେଉଛି। ଦେଶ ନିର୍ମାଣ ଏବଂ ଆତ୍ମ ସଶକ୍ତୀକରଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଅଂଶଗ୍ରହଣ ପାଇଁ ଏହା ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏହି ନବନିଯୁକ୍ତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ ଆଦିରେ ଯୋଗଦେବେ।












Click it and Unblock the Notifications