ଆସନ୍ତାକାଲିଠାରୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭୁଟାନ୍‍କୁ ଦୁଇ ଦିନିଆ ଗସ୍ତରେ ଯିବେ । ଭାରତ ଓ ଭୁଟାନ୍‍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଏହି ଗସ୍ତ କାଳରେ ଶ୍ରୀ ମୋଦୀ ଓ ଭୁଟାନ୍‍ର ରାଜା ଜିଗ୍‍ମେ ଖେସାର୍‍ ୱାଙ୍ଗ୍‍ଚୁକ୍‍' ୧ ହଜାର ୨୦ ମେଗାୱାଟ୍‍ ବିଶିଷ୍ଟ ପୁନତ୍‍ସାଞ୍ଚୁ ଦ୍ୱିତୀୟ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଉଦ୍‍ଘାଟନ କରିବେ ।

pm modi

ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ୍‍ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି । ଭୁଟାନର ଚତୁର୍ଥ ରାଜା ଜିଗ୍‍ମେ ସିଙ୍ଗେ ୱାଙ୍ଗ୍‍ଚୁକ୍‍ଙ୍କ ୭୦ତମ ଜନ୍ମ ବାର୍ଷିକୀ ସମାରୋହରେ ଶ୍ରୀ ମୋଦୀ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଥିମ୍ପୁ ଠାରେ ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବରେ ଅଂଶଗ୍ରହଣ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+