ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିରକୁ ନେଇ ସ୍ମାରକ ଡାକ ଟିକେଟ୍ ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଟା କରାଯିବ । ରାମ ମନ୍ଦିରର ଉଦଘାଟନ ପାଇଁ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ଭରି ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମ ଜନ୍ମ ଭୂମି ମନ୍ଦିରରେ ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି ।
ପିଏମ ମୋଦୀଙ୍କ ଦ୍ୱାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର ଡିଜାଇନରେ ରାମ ମନ୍ଦିର, ଚୌପାଇ, ମଙ୍ଗଲ ଭବନ ଅମଙ୍ଗଲ ହାରି, ସୂର୍ଯ୍ୟ, ସାରୁ ନଦୀ ଏବଂ ମନ୍ଦିର ଚାରିପାଖରେ ଥିବା ମୂର୍ତ୍ତି ରହିଛି । ଏହା ବ୍ୟତୀତ ସେ ସମଗ୍ର ବିଶ୍ୱରେ ଭଗବାନ ଶ୍ରୀ ରାମଙ୍କ ଉପରେ ଜାରି ଷ୍ଟାମ୍ପଗୁଡିକର ଏକ ବୁକଲେଟ୍ ମଧ୍ୟ ପ୍ରକାଶ କରିଛନ୍ତି ।
ଉନ୍ମୋଚିତ ହୋଇଥିବା ଏହି ବୁକ୍ଲେଟରେ ୪୮ଟି ପୃଷ୍ଠା ରହିଥିବା ବେଳେ ୨୦ଟି ଦେଶର ଟିକେଟ ରହିଛି । ପ୍ରଧାନମନ୍ତ୍ରୀ ମୋଦି ସମୁଦାୟ ୬ଟି ଡାକ ଟିକଟ ଉନ୍ମୋଚନ କରିଥିବା ବେଳେ ଏଥିରେ ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ଶବରୀକୁ ସାମିଲ କରାଯାଇଛି ।

ଡାକ ଟିକେଟ ଏବଂ ପୁସ୍ତକ ଉନ୍ମୋଚନ କରିବା ସମୟର ମୋଦି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଭିଯାନ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଲା । ରାମ ମନ୍ଦିରକୁ ସମର୍ପିତ ୬ ବିଶେଷ ସ୍ମାରକ ଡାକ ଟିକେଟ ଉନ୍ମୋଚନ କରାଯାଇଛି । ବିଶ୍ୱର ବିଭିନ୍ନ ଦେଶରେ ରାମଙ୍କ ସହିତ ଜନ୍ମିତ ଡାକ ଟିକେଟ ଜାରି କରାଯାଇଛି ।
ଏହାର ଆଲବମ ମଧ୍ୟ ରିଲିଜ କରାଯାଇଛି । ଏନେଇ ମୁଁ ସମସ୍ତ ରାମଭକ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହାକୁ ଏନଭଲପରେ ଲଗାଇବା ପୋଷ୍ଟାଲ ଷ୍ଟାମ୍ପର ଏକ କାର୍ଯ୍ୟ । ଏହା ସାହାଯ୍ୟରେ ବାର୍ତ୍ତା, ପତ୍ର କିମ୍ବା ଜରୁରୀ କାଗଜପତ୍ର ପଠାଯିବ । କିନ୍ତୁ ଏହି ଡାକ ଷ୍ଟାମ୍ପଗୁଡ଼ିକ ଏକ ନିଆରା ଭୂମିକା ଗ୍ରହଣ କରିଥାଏ ।"
ଏହି ଡାକ ଷ୍ଟାମ୍ପକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯୋଗୀ ସ୍ମାରକ ଡାକ ଷ୍ଟାମ୍ପ ଏବଂ ଷ୍ଟାମ୍ପର ବୁକଲେଟ୍ ରାମ ଭକ୍ତଙ୍କ ପାଇଁ ଏକ ନିଆରା ଉପହାର ବୋଲି ବର୍ଣ୍ଣନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ସମସ୍ତ ଡାକ ଷ୍ଟାମ୍ପଗୁଡ଼ିକ ହେଉଛି ଭାରତର ସର୍ବଭାରତୀୟ ଭାଇଚାରା ଏବଂ ମାନବିକତାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧତାର ପବିତ୍ର ଅଭିବ୍ୟକ୍ତି । ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ତରଫରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରୁ ଧନ୍ୟବାଦ ଜଣାଉଛି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଗାମୀ ୨୨ ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାେରୋହ ହେବାକୁ ଯାଉଛି । ଏହାକୁ ନେଇ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦେଶର ବହୁ ବଡ ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ରହିବେ ।












Click it and Unblock the Notifications