ସେସେଲ୍ସ ପାଇଁ ୧୭୫ ମିଲିୟନ୍ ଡଲାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସପାଇଁ ୧୭୫ ମିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହିତ ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେସେଲ୍ସର ଗୃହନିର୍ମାଣ, ଇ-ମୋବିଲିଟି, ବୃତ୍ତିଗତ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା ପାଇଁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ସ୍ୱାସ୍ଥ୍ୟ, ଜଳବାୟୁ, ସୂଚନା ଓ ପ୍ରଯୁକ୍ତି ଏବଂ ସୁ-ପ୍ରଶାସନ ଆଦି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଆଜି ମଧ୍ୟ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଭାରତର ସାମୁଦ୍ରିକ ପଡ଼ୋଶୀ ସେସେଲ୍ସ ଏକ ନିର୍ଭରଯୋଗ୍ୟ ଅଂଶୀଦାର । ଭାରତର "ମହାସାଗର ଦୃଷ୍ଟିକୋଣ" ପାଇଁ ସେସେଲ୍ସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ହର୍ମିନି କହିଛନ୍ତି, ତାଙ୍କର ଭାରତ ଗସ୍ତ ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତା ଓ ପାରସ୍ପରିକ ସମ୍ମାନକୁ ଦର୍ଶାଉଛି ।












Click it and Unblock the Notifications