ଲକ୍ଷ ୬୦ ହଜାର ଟପିଲା ସୁନା ଦର।
ଏକ ଲକ୍ଷ ୬୦ ହଜାର ଟପିଲା ସୁନା ଦର । ପ୍ରଥମ ଥର ପାଇଁ ସୁନା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଭାରତରେ ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦର ଏକ ଲକ୍ଷ ୬୦ ହଜାର ୨୬୦ ଟଙ୍କାରୁ ଛୁଇଁଛି। ୨୪ ଘଣ୍ଟାରେ ସୁନା ଦର ୩ ହଜାର ବୃଦ୍ଧି ପାଇଛି। ରୂପା ଦର ୧୦ ଗ୍ରାମକୁ ୩ ହଜାର ୩୫୦ ଯଙ୍କା ଛୁଇଁଛି । ରୂପା କିଲୋ ୩ ଲକ୍ଷ ୩୫ ହଜାର ଛୁଇଁଛି । ଚଳିତ ସପ୍ତାହରେ ସୁନା ଦର ୧.୫ ପ୍ରତିଶତରୁ ୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରୂପା ଦର ୧ ପ୍ରତିଶତରୁ ୧.୮ ପ୍ରତିଶତ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ବଜାରକୁ ଅସ୍ଥିର କରିଛି। ବିଶେଷକରି ଚୀନ୍ ସହ ଚୁକ୍ତି କଲେ କାନାଡ଼ା ଉପରେ ୧୦୦% ଟ୍ୟାରିଫ୍ ଲଗାଇବାର ଧମକ ପରେ ଏହି ଅନିଶ୍ଚୟତା ବଢିଛି। ନିବେଶକମାନଙ୍କୁ ସୁନା ଏବଂ ରୂପା ଭଳି ସୁରକ୍ଷିତ ସମ୍ପଦ ଆଡ଼କୁ ଆକର୍ଷଣ କରୁଛି ।













Click it and Unblock the Notifications