ତିନି-ଆଫ୍ରିକୀୟ ଦେଶ ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ଫେରିବେ ରାଷ୍ଟ୍ରପତି

ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ମାଲଠାରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏ ସମ୍ପର୍କରେ ସୂଚନା ଦେଇ ଆକାଶବାଣୀ ପ୍ରତିନିଧ କହିଛନ୍ତି ତିନି ଆଫ୍ରିକୀୟ ରାଷ୍ଟ୍ର ଆଲ୍‌ଜେରିଆ, ମୌରିଟାନିଆ ଏବଂ ମାଲୱିକୁ ରାଷ୍ଟ୍ରପତିଙ୍କ ଗସ୍ତ ଭାରତର ଆଫ୍ରିକୀୟ ଦେଶଗୁଡ଼ିକ ସହ ଐତିହାସିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ଭାରତର ଅଧ୍ଯକ୍ଷତା ସମୟରେ ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘକୁ ସାମିଲ କରାଯିବାର ବର୍ଷକ ପରେ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ଗ୍ରହଣ କରାଯାଇଛି । ସପ୍ତାହେ ବ୍ୟାପୀ ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ୩ଟିଯାକ ଦେଶର ଶୀର୍ଷ ନେତୃତ୍ବଙ୍କ ସହ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି ।

Droupadi Murmu

ପ୍ରବାସ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିଛନ୍ତି । ଆଫ୍ରିକୀୟ ଦେଶଗୁଡ଼ିକ ସହିତ ଭାରତରେ ସୌହାର୍ଯ୍ୟପୂର୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ରାଷ୍ଟ୍ରପତିଙ୍କର ଗସ୍ତର ଉଦ୍ଦେଶ୍ୟ ଥିଲା ବୋଲି ଆମ ସମ୍ବାଦଦାତା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+