ଜନଜାତି ଗୌରବ ଦିବସରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି
ଜନଜାତି ଗୌରବ ଦିବସରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି
ଭୁବନେଶ୍ୱର: ଜନଜାତି ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଝାଡଖଣ୍ଡ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ଅବସରରେ ଝାଡ଼ଖଣ୍ଡ ଖୁଣ୍ଟି ଗସ୍ତ କରିବେ । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମିତ ଗ୍ରାମ ଉଲିହାତୁରେ ଥିବା ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେହିପରି ଉପରାଷ୍ଟ୍ରପତି ସଂସଦରେ ମାଲ୍ୟାର୍ପଣ କରିବେ। ପ୍ରତି ରାଜ୍ୟରେ ଜନ ଜାତି ଅନୁସନ୍ଧାନ ବିଭାଗ ରାଜ୍ୟ ସରକାର ରାଜଧାନୀ ଏବଂ ଅନ୍ୟ ସହରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବେ। ଗୀତ, ଚିତ୍ରକଳା, ଖେଳ, ପ୍ରତିଯୋଗିତା ଆୟୋଜନ ହେବ।କାଶ୍ମୀରଠାରୁ କନ୍ୟାକୁମାରୀ ଏବଂ ଗୁଜରାଟଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଓ ଉପାନ୍ତ ଅଞ୍ଚଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନନ୍ତି ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ । କାର୍ଯ୍ୟକ୍ରମର ହାଶଟ୍ୟାଗ୍ #JanjatiyaGauravDivas ରଖାଯାଇଛି ଏବଂ ଜନଜାତିଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ନିମନ୍ତେ ଏହାକୁ ଉପଯୋଗ କରାଯିବ । ଏହା ସରକାରଙ୍କ ବିକାଶମୂଳକ ପ୍ରୟାସକୁ ମଧ୍ୟ ବ୍ୟାପକ ପ୍ରଚାର କରିବ ।












Click it and Unblock the Notifications