ଫେବୃଆରୀରେ ବିଶ୍ଵ ପୁସ୍ତକ ମେଳା, ଉଦଘାଟନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀର ଭାରତ ମଣ୍ଡପରେ ଫେବୃଆରୀ ପହିଲାରୁ ଆରମ୍ଭ ହେବ ବିଶ୍ୱ ପୁସ୍ତକ ମେଳା ୨୦୨୫। ଚଳିତ ବର୍ଷ ଭାରତୀୟ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମେଳାର ବିଷୟବସ୍ତୁ ରହିଛି 'ଆମେ ଭାରତୀୟ ଜନତା'।

୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ। ଜାତୀୟ ପୁସ୍ତକ ଟ୍ରଷ୍ଟର ନିର୍ଦେଶକ ଯୁବରାଜ ମଲ୍ଲିକ କହିଛନ୍ତି ଯେ ଚଳିତ ବର୍ଷ ରୁଷ ଏହି ମେଳାର ମୁଖ୍ୟ ଆକର୍ଷଣ ହେବ ଏବଂ ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍, କଲମ୍ବିଆ, ଆବୁଧାବି ଏବଂ କତାର ସମେତ ୫୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ମେଳାରେ ପାଖାପାଖି ଦୁଇ ହଜାର ପ୍ରକାଶକ ଓ ଏକ ହଜାର ବକ୍ତା ଯୋଗଦେବେ ବୋଲି ସେ କହିଛନ୍ତି।












Click it and Unblock the Notifications