Get Updates
Get notified of breaking news, exclusive insights, and must-see stories!

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ମୋଦି କହିଲେ ଆମେ ଆମେ ସର୍ବଦା ତାଙ୍କ ପାଖରେ ଋଣି ରହିବୁ

Sardar Vallabhbhai Patel Jayanti: ଆଜି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଏହି ଅବସରରେ ପୁରା ଦେଶ ଆଜି ତାଙ୍କୁ ସ୍ମରଣ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପଟେଲ ଚୌକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କୁ ମନେ ପକାଇ ତାଙ୍କୁ ପ୍ରଣାମ ଜଣାଇଛନ୍ତି । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତଥା ରଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜୁରାଟର କେଭାଡିଆରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶର ପ୍ରଥମ ଗୃହମନ୍ତୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି ।

 sardar vallabhbhai patel

ମୋଦି ସୋସିଆଲ ମିଡିଆଲ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କର ଅଦମ୍ୟ ଭାବନା, ଦୂପଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ । ଜାତୀୟ ଏକତା ପାଇଁ ତାଙ୍କ ଅବଦାନ ଆଜି ମଧ୍ୟ ଆମକୁ ମାର୍ଗଦର୍ଶନ କରେ । ଆମେ ସର୍ବଦା ତାଙ୍କ ପାଖରେ ଋଣି ରହିବୁ ।

ଗୁଜୁରଟାର ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶ ଗଠନ ପାଇଁ ଶପଥ ପାଠ କରାଇଥିଲେ । ଏଥିସହିତ ଏକ ପରେଡର ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ନୂଆଦିଲ୍ଲାରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଚ୍ରପତି ଏବଂ ଉପରାଷ୍ଟ୍ରପତି ।

ସର୍ଦ୍ଦାର ବଲ୍ଲବଭାଇ ପଟେଲ ୩୧ ଅକ୍ଟୋବରରେ ୧୮୭୫ରେ ଗୁଜୁରାଟର ଖେଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୃଷକ ପରିବାରର ଥିଲେ ହେଲେ ଏକ ସରଳ କୃଷକ ପରିବାରର ଜଣେ ବାଳକ ନିଜର ପରିଶ୍ରମ ଏବଂ ଦକ୍ଷତାର ଶକ୍ତି ଉପରେ ଭବିଷ୍ୟତରେ ସ୍ୱତନ୍ତ୍ର ହୋଇଗଲା ।

ସୂଚନାଥାଉ ଯେ,ତେବେ ପଟେଲଙ୍କୁ ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହି ପୋଷ୍ଟ ଗୃହମନ୍ତ୍ରୀଙ୍କ ଭଳି ଥିଲା । ତାଙ୍କୁ ଆହୁରି ଅନେକ ଦାୟିତ୍ୱ ଦିଆଯାଇଥିଲା । ସବୁଠାରୁ ବଡ ଆହ୍ୱାନ ହେଲା ଛୋଟ ଛୋଟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣ । ଭାରତ ସରକାରଙ୍କ ଅଧୀନରେ ଛୋଟ ଏବଂ ବଡ ରାଜା, ନବାବଙ୍କୁ ମନାଇ ରାଜ୍ୟକୁ ମିଶାଇବା ଏତେ ସହଜ ନଥିଲା, କିନ୍ତୁ ଯୁଦ୍ଧ ବିନା ସର୍ଦ୍ଦାର ପଟେଲ ୫୬୨ ଟି ଛୋଟ ବଡ ରାଜ୍ୟକୁ ମିଶ୍ରଣ କରିଥିଲେ ।

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବହୁତ ପୁରୁଣା । ସର୍ଦ୍ଦାର ପଟେଲ ଚୀନ୍‌ର ଷଡଯନ୍ତ୍ରର ପୂର୍ବାନୁମାନ କରିଥିଲେ । ୧୯୫୦ ମସିହାରେ ସେ ନେହେରୁଙ୍କୁ ଏକ ଚିଠି ଲେଖି ଚୀନ୍‌ର ସମ୍ଭାବ୍ୟ ବିପଦ ବିଷୟରେ ଚେତାବନୀ ଦେଇଥିଲେ । ଅବଶ୍ୟ, ନେହେରୁ ସର୍ଦ୍ଦାର ପଟେଲଙ୍କ ଚେତାବନୀକୁ ଧ୍ୟାନ ଦେଇନଥିଲେ ଏବଂ ଫଳସ୍ୱରୂପ ୧୯୬୨ ମସିହାରେ ଚୀନ୍ ଯୁଦ୍ଧ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+