ବିଶ୍ବସ୍ତରୀୟ ନେତାଙ୍କ ନାଁ ଭୁଲ କହିଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ଭୁଲ କହିବା ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ଆସିଛନ୍ତି ବାଇଡେନ । ମନେ ନପଡ଼ିବା ଯୋଗୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଲଗାତାର ଭୁଲ୍ କରିବାରେ ଲାଗିଛନ୍ତି। ଏବେ ସେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି। ଆମେରିକାର ରାଷ୍ଟ୍ରପତି ଜଣେ ବିଶ୍ୱସ୍ତରୀୟ ନେତାଙ୍କ ନାମ ଭୁଲ୍ କହିଛନ୍ତି। ବାସ୍ତବରେ ସେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନଙ୍କୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ବୋଲି କହିଛନ୍ତି। ତାଙ୍କ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିବା ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ବିଷୟରେ କହୁଥିବା ସମୟରେ ବାଇଡେନ ଏହି ଭୁଲ କରିଛନ୍ତି।

jo baiden

ବାଇଡେନ କହିଛନ୍ତି ଯେ ଦକ୍ଷିଣ କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନଙ୍କୁ ତାଙ୍କ ପ୍ରେମ ପତ୍ର ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ତାଙ୍କର ପ୍ରଶଂସା ଆମେ କେବେ ବି ଭୁଲି ପାରିବୁ ନାହିଁ।

ଏହା ପ୍ରଥମ ଥର ନୁହେଁ ଯେ ରାଷ୍ଟ୍ରପତି ବାଇଡେନ ବିଶ୍ୱସ୍ତରୀୟ ନେତାଙ୍କ ନାମ ନେଇ ଭୁଲ କରିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ନାମକୁ ନେଇ ବାଇଡେନ ପୂର୍ବରୁ ଏକ ଭୁଲ କରିସାରିଛନ୍ତି। ୨୦୨୨ ମସିହାରେ ଦକ୍ଷିଣ କୋରିଆ ଗସ୍ତ ସମୟରେ ବାଇଡେନ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌ଙ୍କୁ ୟୁନ୍ ବଦଳରେ ମୁନ୍ ବୋଲି କହିଥିଲେ। ସେହିପରି ଗତ ବର୍ଷ ଜୁଲାଇରେ ଲିଥୁଆନିୟାରେ ନାଟୋ ଶିଖର ସମ୍ମିଳନୀରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭ୍ଲାଦିମିର ବୋଲି ସମ୍ବୋଧିତ କରିଥିଲେ। ନିକଟରେ ବାଇଡେନ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଙ୍କୋଇସ ମିତ୍ରରାଣ୍ଡ ଭାବରେ ସମ୍ବୋଧିତ କରିଥିଲେ।
ସୂଚନା‌ଯୋଗ୍ୟ, ୧୯୯୬ରେ ମିତ୍ରରାଣ୍ଡଙ୍କର ମୃତ୍ୟୁ ହୋଇଥିଲା।

ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଜୋ ବାଇଡେନ ଏଭଳି ଅନେକ ଭୁଲ କରିଛନ୍ତି, ଯାହା ତାଙ୍କ ମାନସିକ ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+