ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ନିନ୍ଦା କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ମିମିକ୍ରିକୁ ନିନ୍ଦା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଅଭିବ୍ୟକ୍ତି ସମୟରେ ସମ୍ମାନ ରକ୍ଷା କରାଯିବା ଉଚିତ ।ଏପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ସହ ଫୋନରେ କଥା ହୋଇଛନ୍ତି । ଘଟଣାକୁ ଦୁର୍ଭାଗ୍ୟଗନକ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି ମୋଦି । ୨୦ ବର୍ଷ ମଧ୍ୟରେ ସେ ନିଜେ ବି ଅପମାନ ସହିଆସୁଥିବା ମୋଦି କହିଛନ୍ତି ।

ମଙ୍ଗଳବାର ଦିନ ସାଂସଦମାନେ ସଂସଦ ବାହାରେ ଏକାଠି ହୋଇ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିଥିଲେ। ଏଥି ସହ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଅଙ୍ଗଭଙ୍ଗୀକୁ ମିମିକ୍ରି କରିଥିଲେ। ଆଉ ସେହି ମିମିକ୍ରିକୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଭିଡିଓ କରୁଥିଲେ ।
ଜଗଦୀପ ଧନଖର ନିଜେ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ମୁଁ କେବଳ ଏକ ଟିଭି ଚ୍ୟାନେଲରେ ଦେଖିଲି ଯେ ଜଣେ ସାଂସଦ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପରିହାସ କରୁଛନ୍ତି ଏବଂ ଆପଣଙ୍କର ଜଣେ ନେତା ଏହାର ଭିଡିଓ କରୁଛନ୍ତି। ଧନଖଡ କହିଛନ୍ତି ଯେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ସେମାନଙ୍କୁ ଭଲ ଜ୍ଞାନ ଦିଅନ୍ତୁ । ଚେୟାରମ୍ୟାନ୍ ପଦ ଅଲଗା ଅଟେ। ରାଜନୈତିକ ଦଳଗୁଡ଼ିକ ପରସ୍ପର ସହିତ ଦଳ ଏବଂ ବିରୋଧୀ ରୂପରେ ସଂଘର୍ଷ କରିପାରନ୍ତି, କିନ୍ତୁ ଅଧ୍ୟକ୍ଷଙ୍କୁ ଏଥିରୁ ଦୂରେଇ ରଖିବା ଉଚିତ୍ |












Click it and Unblock the Notifications