Get Updates
Get notified of breaking news, exclusive insights, and must-see stories!

ଦେଶବାସୀଙ୍କୁ ଇଂରେଜୀ ନବ ବର୍ଷରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି

ନୂଆଦିଲ୍ଲୀ: ଇଂରେଜୀ ନୂଆ ବର୍ଷ 2025 ଆରମ୍ଭ ହେବା ମାତ୍ରେ ସମଗ୍ର ଦେଶ ଉତ୍ସହ ଦେଖିବାକୁ ମିଳିଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ନୂଆ ବର୍ଷ ପାଳନ କରାଯାଉଛି । ବିଳମ୍ବିତ ରାତିରୁ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

New Year 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି- 'ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା! 2025 ବର୍ଷ ସମସ୍ତଙ୍କ ପାଇଁ ସୁଖ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣୁ!

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣେ । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2025 ପାଇଁ ଅନେକ ଶୁଭେଚ୍ଛା। ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣୁ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। "

ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି - ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ - ଏହା ଆମ ଗଣତନ୍ତ୍ରର ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+