ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ, ଏହି କାରଣ ପାଇଁ ହୋଇଛି..

ଦେଶର ସବୁଠୁ ବଡ଼ ବିମାନ ଦୁର୍ଘଟଣାର ସାମ୍ନାକୁ ଆସିଲା ସତ । ଦୁର୍ଘଟଣାର ମାସେ ପରେ ଜଣାପଡିଲା ଅହମଦାବାଦ ବିମାନ ଦୁର୍ଘଟଣାର କାରଣ । ଇତିମଧ୍ୟରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି ।

Ahmedabad plane crash
ଯେଉଁଥିରେ ଜଣାପଡ଼ିଛି କି, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ ଅନୁସାରେ, ଉଡାଣ ଭରିବା ପରେ ପରେ ହିଁ ବିମାନର ୨ଟି ଯାକ ଇଞ୍ଜିନ ଆପେଆପେ ଖରାପ ହୋଇଥିଲା । ତେବେ ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ 'ରନ୍'ରୁ 'କଟ୍-ଅଫ୍' ସ୍ଥିତିକୁ ଚାଲି ଯାଇଥିଲା, ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଯଦିଓ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରୀ କରିଥିଲା, କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା । ଆଉ ଏହାରି ଭିତରେ ଅକ୍ସିଲାରୀ ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ଅଟୋଷ୍ଟାର୍ଟ ମୋଡରେ ସକ୍ରିୟ ହୋଇଥିଲା, କିନ୍ତୁ ତାହା ବିମାନକୁ ସ୍ଥିର କରିପାରିନଥିଲା । ଯେଉଁଥିପାଇଁ ଏତେ ବଡ଼ ଅଘଟଣ ଘଟିଥିଲା ।

ରିପୋର୍ଟରେ ଆହୁରି ସ୍ପଷ୍ଟ ହୋଇଛି ଯେ, ଯେତେବେଳେ ଦୁଇଟିଯାକ ଇଞ୍ଜିନ ବନ୍ଦ ହେଲା, ସେତେବେଳେ କକପିଟ୍ ଭଏସ ରେକର୍ଡରରେ ଜଣେ ପାଇଲଟ୍ ଅନ୍ୟ ପାଇଲଟଙ୍କୁ କହିଥିଲେ ଯେ, ତୁମେ ଇଞ୍ଜିନ କାହିଁକି ବନ୍ଦ କଲ ? ଜବାବରେ ଦ୍ବିତୀୟ ପାଇଲଟ୍ କହିଥିଲେ ଯେ ସେ ବନ୍ଦ କରିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+