Get Updates
Get notified of breaking news, exclusive insights, and must-see stories!

ଦେଶରେ ଦାରିଦ୍ର‌ ହାର ୨୦୨୨-୨୩ ସୁଦ୍ଧା ୧୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି

୨୦୧୩-୧୪ରେ ଦେଶରେ ଦାରିଦ୍ର‌୍ୟ ହାର ୨୯ ଦଶମିକ ୧/୭ ପ୍ରତିଶତ ଥିବାବେଳେ ୨୦୨୨-୨୩ ସୁଦ୍ଧା ଏହା ୧୧ ଦଶମିକ ୨/୮ ପ୍ରତିଶତକୁ ହ୍ରାସ ପାଇଛି । ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ୨୦୧୩-୧୪ରୁ ୨୦୨୨- ୨୩ ମଧ୍ୟରେ ପ୍ରାୟ ୨୪ କୋଟି ୮୦ଲକ୍ଷ ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି । ବିଶ୍ୱବ୍ୟାଙ୍କ ରିପୋର୍ଟକୁ ଆଧାର କରି ମନ୍ତ୍ରୀ କହିଛନ୍ତି ଦେଶର ଉତ୍କଟ ଦାରିଦ୍ର‌୍ୟ ହାର ୨୦୧୧-୧୨ରେ ୨୭ ଦଶମିକ ୧/୨ ପ୍ରତିଶତ ଥିବାବେଳେ ୨୦୨୨-୨୩ ବେଳକୁ ଏହା ୫ ଦଶମିକ ୨/୫ ପ୍ରତିଶତକୁ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ଉତ୍କଟ ଦାରିଦ୍ର‌୍ୟ ସଂଖ୍ୟା ୩୪ ଦଶମିକ ୪ କୋଟିରୁ ୭ ଦଶମିକ ୫ କୋଟିକୁ ହ୍ରାସ ପାଇଛି ।

parliament

ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି ଦେଶରେ ଦାରିଦ୍ର‌୍ୟ ସଂଖ୍ୟା ହ୍ରାସ କରିବା ନେଇ ସରକାରଙ୍କ ପକ୍ଷରୁ ଦୀର୍ଘକାଳୀନ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି । ଦେଶରେ ଅର୍ଥନୈତିକ ଅସମାନତା ଦୂର କରି ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ୨୦୧୮-୧୯ରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରୀ ହାର ୫ ଦଶମିକ ୮ ପ୍ରତିଶତ ଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ୩ ଦଶମିକ ୨ ପ୍ରତିଶତକୁ ହ୍ରାସ ପାଇଥିବା ସେ ଗୃହକୁ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+