ହୃଦଘାତରେ ହୋଇଛି ମୃତ୍ୟୁ, ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ
ଆସିଲା ମାଫିଆ ମୁଖତାର୍ ଶବ ବ୍ୟବଚ୍ଛେଦ ରିପୋର୍ଟ । ମାଫିଆ ମୁଖତାର୍ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ କହିଛନ୍ତି ଯେ ଜଣେ ପିଜିଆଇ ଲକ୍ଷ୍ନୌ , ୩ବାନ୍ଦା ଜିଲା ଡାକ୍ତରଖାନା ଏବଂ ଏକ ମେଡିକାଲ କଲେଜର ଡାକ୍ତରଙ୍କ ସମେତ ପାଞ୍ଚ ଜଣିଆ ଟିମ ଏହି ପୋଷ୍ଟମର୍ଟମରେ ସମ୍ପୃକ୍ତ ଅଛନ୍ତି।

ପୋଷ୍ଟ ମର୍ଟମ ରିପୋର୍ଟରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବେ କିଛି ସମୟ ପରେ ମୁଖତାରଙ୍କ ମୃତଦେହକୁ ଗାଡିରେ ରଖାଯିବ। ରାଣୀ ଦୁର୍ଗାବତୀ ମେଡିକାଲ କଲେଜ ପରିସରରେ ଥିବା ପୋଷ୍ଟମର୍ଟମ ଘର ବାହାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।
ଏହାପୂର୍ବରୁ ମୁଖତର ଅନସାରୀଙ୍କ ପୁଅ ଉମର ଅନସାରୀ, ଦୁଇ ଜ୍ୱାଇଁଙ୍କ ସହିତ ମେଡିକାଲ କଲେଜରେ ପହଞ୍ଚିଥିଲେ । ଯାହା ପରେ ପୋଷ୍ଟ ମର୍ଟମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୋଷ୍ଟମର୍ଟମ ପରେ ମୁଖାରଙ୍କ ମୃତଦେହ ତାଙ୍କ ପୁଅ ଉମର ଅନସାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ମୃତଦେହକୁ ପ୍ରାୟ 26 ଟି ଗାଡି ସହିତ ଗାଜିପୁର ଜିଲ୍ଲାର ନିଜ ଜନ୍ମ ସ୍ଥାନକୁ ପଠାଯାଇଥିଲା। ଶନିବାର ଏଠାରେ ଥିବା କାଳୀ ବାଗ ଶ୍ମଶାନରେ ତାଙ୍କୁ
ସେଶକୃତ୍ୟ କରାଯିବ ।












Click it and Unblock the Notifications