ପୁଣି ବିମାନକୁ ବୋମା ଧମକ, ସୂଚନା ମିଳିବ ପରେ ଏମରଜେନ୍ସି ଲ୍ୟାଣ୍ଡିଂ

ଥମୁନି ବିମାନରେ ବୋମା ଧମକ ମାମଲା। ଏବେ ପୁଣି ଥରେ ଆଉ ଏକ ଅନ୍ତର୍ଜାତୀୟ ବିମାନକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ। ଫଳରେ ଯାତ୍ରୀ ଛାନିଆ ହୋଇଯାଇଛନ୍ତି। ବିମାନଟିର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି।

plane bomb

ସୂଚନା ମୁତାବକ, ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିସ୍ତାରାର ଏକ ବିମାନକୁ ବୋମା ଧମକ ମିଳିଛି। ଫଳରେ ଏହାକୁ ଫ୍ରାନ୍ସଫର୍କକୁ ଡାଇଭର୍ଟ କରାଯାଇ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇ ସମ୍ପୂଣ୍ଣ ବିମାନକୁ ଯାଞ୍ଚ କରାଯାଇଛି। ତେବେ ଏଥିରୁ ସେଭଳି କୌଣସି ସନ୍ଦିଗ୍ଧ ବିସ୍ଫୋରକ ଜିନିଷ ମିଳିନାହିଁ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ଅକ୍ଟୋବର ୧୮ରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିସ୍ତାରାର ଫ୍ଲାଇଟ୍‌ ସଂଖ୍ୟା ୟୁକେ-୧୭କୁ ସୋଶାଲ ମିଡିଆରେ ବୋମା ଧମକ ମିଳିଥିଲା। ଏହାପରେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଏହି ବିଷୟରେ ଅବଗତ କରାଯାଇଥିଲା। ପାଇଲଟମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନଟିକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରିଥିଲେ। ତେବେ ଯାଞ୍ଚ ବେଳେ ବିମାନରୁ କୌଣସି ସନ୍ଦିଗ୍ଧ ଜିନିଷ ନମିଳିବା ପରେ ଏହାକୁ ଲଣ୍ଡନ ଅଭିମୁଖେ ଉଡାଣ ଭରିଛି।

ସେହିପରି ଅନ୍ୟ ଏକ ଅନ୍ତର୍ଜାତୀୟ ବିମାନକୁ ମଧ୍ୟ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ନମ୍ବର IX-196 ରେ ବୋମା ଧମକ ମିଳିଥିଲା। ଏହି ବିମାନ ଦୁବାଇରୁ ଜୟପୁରକୁ ଆସୁଥିଲା। ରାତି ୧୨ଟା ୪୫ରେ ବିମାନରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+