ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ବଢୁଛି ଅତ୍ୟାଚାର; ବିମାନ ବନ୍ଦରରୁ ଇସ୍କନ ପୂଜକ ଗିରଫ

ବାଂଲାଦେଶ ଇସ୍କନର ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା, ଯାହାର ନେତ୍ତ୍ବତ୍ବ ଚିନ୍ମୟ ଦାସ ନେଉଥିଲେ । ଏହି ଘଟଣା ପରେ ଚିନ୍ମୟଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛନ୍ତି ।

Bangladesh Hindu

ମିଳିଥିବା ସୂଚନା ଅନୁଯାୟୀ,ଦେଶଦ୍ରୋହ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ଇସ୍କନର ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ଗତ ନଭେମ୍ବର ୨୨ ତାରିଖରେ ବାଂଲାଦେଶର ରଙ୍ଗପୁରରେ ହିନ୍ଦୁମାନଙ୍କ ସମର୍ଥନରେ ଏକ ରାଲି କରିଥିଲେ । ଗତ ଅଗଷ୍ଟ ୬ ତାରିଖରେ ବାଂଲାଦେଶର ଖୁଲନା ଜିଲ୍ଲାରେ ଥିବା ଏକ ଇସ୍କନ ମନ୍ଦିରକୁ ଟାର୍ଗେଟ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଭଙ୍ଗାରୁଜା କରାଯାଇଥିଲା । ଆକ୍ରମଣ ପରେ ଚିନ୍ମୟ ଦାସ କହିଥିଲେ ଯେ ଚିଟଗାଓଁର ଅନ୍ୟ ତିନୋଟି ମନ୍ଦିର ମଧ୍ୟ ବିପଦରେ ରହିଛି । ସେମାନଙ୍କ ସୁରକ୍ଷା ପାଇଁ ହିନ୍ଦୁ ସମ୍ପ୍ରଦାୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ହିଂସାରୁ ବର୍ତ୍ତିବା ପାଇଁ ହିନ୍ଦୁମାନେ ତ୍ରିପୁରା ଓ ବଙ୍ଗଳାରେ ଆଶ୍ରୟ ନେଉଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ଯେଉଁଦିନଠାରୁ ଚିନ୍ମୟ ଦାସ ହିନ୍ଦୁ, ଏବଂ ମନ୍ଦିର ଉପରେ ବୟାନ ରଖିଥିଲେ ସେବେ ଠାରୁ ୟୁନୁସ ସରକାରଙ୍କ ଟାର୍ଗେଟକୁ ସେ ଆସିଥିଲେ । ଅନେକ ସମୟରେ ତାଙ୍କୁ ଧମକ ମିଳିଛି ,ହେଲେ ପୋଲିସ କିଛିବି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+