Get Updates
Get notified of breaking news, exclusive insights, and must-see stories!

ବିଜେପିକୁ ସମର୍ଥନ କରିବ ଦଳିତ ଯୁବକଙ୍କୁ ପଡିଲା ମହଙ୍ଗା , ମୃତ ଦେହ ଉଦ୍ଧାର

ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ଉପନିର୍ବାଚନ ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବସ୍ତା ଭିତରୁ ଜଣେ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ରାଜି ନହେବାରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଶାନ୍ତ ଯାଦବ ନାମକ ଅଭିଯୁକ୍ତ ନିଜର ସହଯୋଗୀ ସହ ମିଶି ଏହି ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି।

ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଶାନ୍ତ ଯାଦବ କରହାଲ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ଜାଟବାନର ଦୁର୍ଗାଙ୍କୁ ବାଧ୍ୟ କରିଥିଲେ। ହେଲେ ଦୁର୍ଗା ଅଭିଯୁକ୍ତର କଥା ନମାନି ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ। ସେ ବିଜେପିକୁ ଭୋଟ ଦେବାକୁ କହିଥିଲେ। ଏହାପରେ ଅଭିଯୁକ୍ତ ପ୍ରଶାନ୍ତ ନିଜର ଅନ୍ୟ ଏକ ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରିନେଇ ପ୍ରଥମେ ବଳାତ୍କାର ଓ ପରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ଆଣିଛି ପରିବାର।

bjp

ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗିଦେଲେ ମୃତଦେହ ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତମାନେ ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଏକ ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ମେନପୁରୀ ପୁଲିସ ଅଧିକ୍ଷକ ବିନୋଦ କୁମାର କହିଛନ୍ତି, 'କରହାଲର ଏକ ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ବାପା ଦୁଇ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ପ୍ରଶାନ୍ତ ଯାଦବ ଓ ଅନ୍ୟଝମେ ମୋହନ କଠେରିୟା। ଅଭିଯୋଗ ଅନୁସାରେ ଉଭୟଙ୍କୁ ଗିରଫ କରାଯାଇଛି। ମୃତକଙ୍କ ବାପା ମାଆଙ୍କ ଅଭିଯୋଗ ହେଉଛି ଯେ ଝିଅ ବିଜେପିକୁ ଭୋଟ ଦେବାକୁ ଚାହୁଁଥିଲା। ଯେଉଁଥିପାଇଁ ତାକୁ ହତ୍ୟା କରାଯାଇଛି।' ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+