ମୋଦିଙ୍କ ଭାଷଣ ବେଳେ କକ୍ଷ ତ୍ୟାଗ କରିଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବା ସମୟରେ ବିରୋଧୀ ଦଳ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ମୋଦୀ ପ୍ରଥମେ ଗୃହକୁ ସମ୍ବୋଧନ କରିବାପାଇଁ ନିଜ ଆସନରୁ ଉଠିବା ସମୟରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ବୟାନ ଦାବି କରି ସ୍ଲୋଗାନ ଦେଇଥିଲେ ।

ତେବେ ବିରୋଧୀମାନଙ୍କୁ କଡ଼ା ଜବାବ ଦେଇ ମୋଦୀ କହିଛନ୍ତି, ବିଶ୍ୱର ସର୍ବବୃହତ୍ ନିର୍ବାଚନରେ ସର୍ବସାଧାରଣ ଆମକୁ ବାଛିଲେ । ମୁଁ କିଛି ଲୋକଙ୍କ କଷ୍ଟକୁ ବୁଝିପାରୁଛି । ଲଗାତାର ମିଛ ପ୍ରସାର କରି ସେମାନେ ବଡ଼ ପରାଜୟ ସ୍ୱୀକାର କରିଛନ୍ତି । ମୋଦୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ସେବା କରିବାକୁ ଭାରତର ଲୋକମାନେ ଆମକୁ ସୁଯୋଗ ଦେଇଛନ୍ତି ।

Narendra modi

ଆଉ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ବୁଧବାର ରାଜ୍ୟ ସଭାରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଥିଲେ । ରାଜ୍ୟସଭାରେ ମୋଦି କହିଛନ୍ତି, ତୃତୀୟ ଥର ପାଇଁ ସୁଯୋଗ ପାଇବା ଐତିହାସିକ । ଏମପିମାନେ ଗୃହର ସମ୍ମାନ ବୃଦ୍ଧି କରିଛନ୍ତି ।

ରାଜ୍ୟ ସଭାରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଯେଉଁମାନେ ସମ୍ବିଧାନର ଏକ ନକଲ ସହିତ ଡେଉଁଛନ୍ତି ସେମାନେ ସମ୍ବିଧାନ ଦିବସ ପାଳନ ଉପରେ ବିରୋଧ କରୁଛନ୍ତି । ମୋଦିଙ୍କ ଏହି ମନ୍ତବ୍ୟରେ ବିରୋଧୀ ଏମପିମାନେ ହଙ୍ଗାମା କରିଥିଲେ । ଏହାପରେ ବିରୋଧୀଦଳ ଏମପିମାନେ କକ୍ଷ ତ୍ୟାଗ କରିଥିଲେ । ବିରୋଧୀଙ୍କ କକ୍ଷ ତ୍ୟାଗ ସମୟରେ ମୋଦି କହିଛନ୍ତି, ଦେଶ ଦେଖୁଛି ଯେ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ପାଖରେ ସତ ଶୁଣିବାକୁ ମଧ୍ୟ ଶକ୍ତି ନାହିଁ । ନିଜେ ଉଠାଇଥିବା ପ୍ରଶ୍ନର ଉତ୍ତର ଶୁଣିବାକୁ ସାହସ ମଧ୍ୟ କରୁ ନାହାନ୍ତି । ବିରୋଧୀମାନେ ରାଜ୍ୟ ସଭାକୁ ଅପମାନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+