କେନ୍ଦ୍ର ମନ୍ତ୍ରୀଙ୍କ ଫୋନ ଉଠାଉ ନାହାଁନ୍ତି ଅଫିସର, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଅଧିକାରୀଙ୍କ ଉପରେ ଜନ ପ୍ରତିନିଧୀଙ୍କ କୌଣସି କଥାର ପ୍ରଭାବ ପଡ଼ୁନଥିବାର ବିଷୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ଅଧିକାରୀଙ୍କ ଏହି ମନୋଭାବ ବିରୋଧରେ ମନ୍ତ୍ରୀ କୌଶଲଙ୍କୁ ଅନେକ ଥର ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ପାୱାର କର୍ପୋରେସନ ଅଧ୍ୟକ୍ଷ ଡ. ଆଶିଷ କୁମାର ଗୋୟଲ ତାଙ୍କ ଫୋନ ନ ଉଠାଇବା ଆଉ ହ୍ୱାଟସ୍ ଆପରେ ଉତ୍ତର ନ ଦେଇଥିବାରୁ ସେ ଦୃଢ଼ ଆପତ୍ତି ଜଣାଇଛନ୍ତି ।

କୌଶଳ କିଶୋର ଚିଠିରେ ଲେଖିଛନ୍ତି ଯେ ପାୱାର କର୍ପୋରେସନ କଣ୍ଟ୍ରାକ୍ଟ ଏମ୍ପ୍ଲାଇଜ ୟୁନିଅନ ଆଉଟସୋର୍ସିଂ ଶ୍ରମିକଙ୍କ ସମସ୍ୟାକୁ ନେଇ ମୁଁ କଥା ହେବାକୁ ଚାଁହୁଥିଲି । ଏହି ପରିପ୍ରେକ୍ଷୀରେ ସଂଗଠନର ଦାବିକୁ ନେଇ ପାୱାର କର୍ପୋରେସନ ଅଧ୍ୟକ୍ଷଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲି ଯେଉଁଥିରେ ଲେଖାଥିଲା ଯେ ସମସ୍ୟାର ସମାଧାନ କରାଯାଉ ।କିନ୍ତୁ ଅଧ୍ୟକ୍ଷ ମୋ ଅନୁରୋଧ ପ୍ରତି ଗୁରୁତ୍ୱ ଦେଲେ ନାହିଁ ।

Kaushal Kishore

ସେ କହିଛନ୍ତି ଯେ ମୁଁ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲି କିନ୍ତୁ ଚେୟାରମ୍ୟାନ୍ ମୋ କଲ୍ ଉଠାଇ ନଥିଲେ । ସେ ଲେଖିଛନ୍ତି ଯେ ଏହା ପରେ ମୁଁ ଚେୟାରମ୍ୟାନଙ୍କୁ ହ୍ୱାଟ୍ସଆପ ମେସେଜ ମଧ୍ୟ ପଠାଇଥିଲି ଯାହା ସେ ଉତ୍ତର ଦେଲେ ନାହିଁ । ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାର ଘଟଣା ସବୁବେଳେ ଘଟୁଛି ଏବଂ ଜନପ୍ରତିନିଧୀଙ୍କ କଥା ନ ଶୁଣିବା ଦର୍ଶାଉଛି ଯେ ଅମଲାତନ୍ତ୍ର କେତେ ଉଦାସୀନ । କୌଶଳ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଏହି ସମସ୍ୟାର ସମାଧାନ ସହ ଅଫିସରଙ୍କ ବ୍ୟବହାର ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

କୌଶଲ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଏହି ସମସ୍ୟାର ସହାନୁଭୂତି ସହ ବିଚାର କରିବାକୁ ଏବଂ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର ଲେଖିଛନ୍ତି ଯେ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କ ନିକଟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଧିକାରୀମାନେ ସମାଧାନ କରୁନାହାଁନ୍ତି । ସେ କହିଛନ୍ତି ଯେ ସମସ୍ୟାର ସମାଧାନ ହୋଇ ନ ଥିବାରୁ ସଂଗଠନ ଫେବୃଆରୀ ୫ ରେ ଶକ୍ତି ଭବନରେ ଏକ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+