ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧ କୋଟି ଟପିଲା

ଝାଡ଼ଖଣ୍ଡର ଖୁଣ୍ଟିରୁ ନଭେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶବ୍ୟାପୀ ନାଗରିକଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ଏକ ପରିବର୍ତ୍ତନକାରୀ ଅଭିଯାନ ଭାବେ ଉଭା ହୋଇଛି ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ସ୍ୱତନ୍ତ୍ର ପୋର୍ଟାଲରେ କଏଦ ହୋଇଥିବା ତଥ୍ୟ ଅନୁଯାୟୀ, ଡିସେମ୍ବର ୭, ୨୦୨୩ ସୁଦ୍ଧା ଯାତ୍ରା ୩୬,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚିଛି ଏବଂ ୧ କୋଟିରୁ ଅଧିକ ନାଗରିକ ଏଥିରେ ଅଂଶଗ୍ରହଣ କରିଛନ୍ତି। ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ୩୭ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିବା ବେଳେ ମହାରାଷ୍ଟ୍ରରେ ୧୨.୦୭ ଲକ୍ଷ ଏବଂ ଗୁଜରାଟରେ ୧୧.୫୮ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ମଧ୍ୟ ଏହି ଯାତ୍ରାକୁ ଉତ୍ସାହଜନକ ସ୍ୱାଗତ ମିଳିଛି, ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି ।

Viksit Bharat Sankalp yatra

ଦିନକୁ ଦିନ ଲୋକଙ୍କ ଭାଗିଦାରୀ ଆହୁରି ବଢ଼ିବାରେ ଲାଗିଛି । ସଂକଳ୍ପ ଯାତ୍ରାର ପ୍ରଥମ ସପ୍ତାହରେ ୫,୦୦,୦୦୦ ନାଗରିକ ଅଂଶଗ୍ରହଣ କରିଥିବା ବେଳେ ଗତ ୧୦ ଦିନ ମଧ୍ୟରେ ସାରା ଦେଶରେ ୭୭ ଲକ୍ଷରୁ ଅଧିକ ଲୋକ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଅଳ୍ପ ସମୟ ମଧ୍ୟରେ ଯାତ୍ରାର ସହରାଞ୍ଚଳ ୭୦୦ରୁ ଅଧିକ ସ୍ଥାନରେ ପହଞ୍ଚିଛି ଏବଂ ମୋଟ ୭୯ ଲକ୍ଷ ଲୋକ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରୟାସ କରିବାକୁ ଶପଥ ନେଇଛନ୍ତି।

ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ବ୍ୟବହାର କରି ୨.୬୦ରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୩୬୦୦ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଏହି ଯାତ୍ରା ପରିକ୍ରମା କରିବାକୁ ପ୍ରୟାସ କରୁଛି।

ଯାତ୍ରାର ଏକ କେନ୍ଦ୍ରବିନ୍ଦୁ ହେଉଛି ମହିଳା କେନ୍ଦ୍ରୀତ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯିବା, ଯାହା ଫଳରେ ୪୬,୦୦୦ରୁ ଅଧିକ ହିତାଧିକାରୀ ପିଏମ୍ ଉଜ୍ଜ୍ୱଳା ଯୋଜନାରେ ନାମ ପଞ୍ଜୀକରଣ କରୁଛନ୍ତି। ସ୍ୱାସ୍ଥ୍ୟ ଶିବିର ମଧ୍ୟ ଏକ ବଡ଼ ଆକର୍ଷଣ ସାବ୍ୟସ୍ତ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ବ୍ୟକ୍ତିଙ୍କ ସ୍କ୍ରିନିଂ କରାଯାଇଛି।

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ କୃଷକଙ୍କ ପାଇଁ ଡ୍ରୋନ୍ ପ୍ରଦର୍ଶନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। 'ଡ୍ରୋନ୍ ଦିଦି ଯୋଜନା'ର ଶୁଭାରମ୍ଭ ସହିତ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ଦୁଇ ଜଣ ମହିଳାଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ। ବହୁ ସଂଖ୍ୟକ ମହିଳା ମଧ୍ୟ ଡ୍ରୋନ୍ ଉଡ଼ାଣ ଦେଖିବାକୁ ଆଗେଇ ଆସୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଭଡ଼ାରେ ଡ୍ରୋନ ସେବା ଯୋଗାଇ ଦେବେ, ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ରାଜସ୍ୱର ଅନ୍ୟ ଏକ ଉତ୍ସ ଭାବରେ କାର୍ଯ୍ୟ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+