ସ୍ଵାଭାବିକ ହେଲା ବିମାନ ଚଳାଚଳ, ମାଇକ୍ରୋସଫ୍‌ଟ ସର୍ଭର ଡାଉନ୍‌ ହେବା ପରେ ପଡ଼ିଥିଲା ପ୍ରଭାବ

ଗତକାଲି ମାଇକ୍ରୋସଫ୍‌ଟ ସର୍ଭର ଡାଉନ୍‌ ହେବା ପରେ ବିମାଦ ସେବା ଉପରେ ଏହାର ପ୍ରଭାବ ପଡ଼ିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର କହିଛି ଯେ ବିମାନ ଚଳାଚଳ ଏବଂ ବିମାନ ବନ୍ଦର ସବୁ ସ୍ୱାଭାବିକ ଅବସ୍ଥାକୁ ଆସିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଭ୍ରମଣ ସଂଶୋଧନ ଏବଂ ଫେରସ୍ତ ପ୍ରକ୍ରିୟା ସହ ଜଡିତ ସମସ୍ତ ପ୍ରସଙ୍ଗର ଯତ୍ନ ନିଆଯାଉଛି।

Microsoft server down

ଭୋର୍‌ ୩ ଟାରୁ ବିମାନବନ୍ଦରଗୁଡିକରେ ବିମାନ ସେବା ସାଧାରଣ ଭାବରେ କାମ କରିବା ଆରମ୍ଭ କରିଛି। ବର୍ତ୍ତମାନ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି। ଗତକାଲି ବ୍ୟାଘାତ ହେତୁ ଉପୁଜିଥିବା ସମସ୍ୟା ଧୀରେ ଧୀରେ ଦୂର ହେଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ଆମେ ସମସ୍ତ ସମସ୍ୟାର ସମାଧାନ କରିବାର ଆଶା କରୁଛୁ'' ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି।

ପ୍ରକାଶ ଥାଉକି, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଶନିବାର ସକାଳେ ଏକ ବଡ଼ ବ୍ୟାଘାତର ସମ୍ମୁଖୀନ ହୋଇଥିଲା। କାରଣ ବାୟୋମେଟ୍ରିକ୍ ଆଧାରିତ ବୋର୍ଡିଂ ସିଷ୍ଟମ ଇଣ୍ଟର୍‌ନେଟ୍‌ ନଥିବା କାରଣରୁ କାର୍ଯ୍ୟକ୍ଷମ ହୋଇନଥିଲା। ଯାତ୍ରୀମାନେ ମାନୁଆଲ ଯାଞ୍ଚ କରିବାକୁ ସଂଘର୍ଷ କରୁଥିବା ବେଳେ ପ୍ରସ୍ଥାନ ଟର୍ମିନାଲରେ ଲମ୍ବା ଧାଡ଼ି ଲାଗିଥିଲା।ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ଏବଂ ଯାତାୟାତକୁ ପରିଚାଳନା କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଅତିରିକ୍ତ କର୍ମଚାରୀ ନିୟୋଜିତ କରିଥିଲେ।

ଚେକ୍ ଇନ୍, ବ୍ୟାଗେଜ୍ ହ୍ୟାଣ୍ଡଲିଂ ଏବଂ ସୁରକ୍ଷା କ୍ଲିୟରାନ୍ସ ସହିତ ବିଭିନ୍ନ କାର୍ଯ୍ୟ ପାଇଁ ବିମାନବନ୍ଦର ଏବଂ ବିମାନ ସେବା ୱିଣ୍ଡୋଜ୍ ଆଧାରିତ ସିଷ୍ଟମ ଉପରେ ଅଧିକ ନିର୍ଭର କରିଥାଏ। ମାଇକ୍ରୋସଫ୍‌ଟ ସର୍ଭର ଡାଉନ୍‌ ହେବା ଅନେକ ସମସ୍ୟା ଉପୁଜିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+