ଆସନ୍ତାକାଲ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ନବମ ସଂସ୍କରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ପରୀକ୍ଷା ପେ' ଚର୍ଚ୍ଚା ଆଲୋଚନାରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବେ। ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମର ଏହା ହେବ ନବମ ସଂସ୍କରଣ। ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରୁ ଚାପ ହ୍ରାସ କରିବା ଏବଂ ପରୀକ୍ଷାକୁ ଏକ ଉତ୍ସବ ଓ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଚଳିତ ବର୍ଷ ଦେବମୋଗ୍ରା, କୋଏମ୍ବାଟୋର, ରାୟପୁର, ଗୁଆହାଟୀ ଏବଂ ଦିଲ୍ଲୀର ୭ ଲୋକକଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହିତ ମଧ୍ୟ ମତବିନିମୟ ଅଧିବେଶନ ଅନୁଷ୍ଠିତ ହେବ।

ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ mygov ପୋର୍ଟାଲ ମାଧ୍ୟମରେ ୪ କୋଟି ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମ' ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସିଧାସଳଖ ପ୍ରସାରଣ କରାଯିବ। ୱେବ୍ସ ଓଟିଟିଓ, ଆମାଜନ୍ ପ୍ରାଇମ ଭିଡିଓ, ଜିଓ, ଜି-ଫାଇଭ୍, ସୋନି ଲିଭ୍ ଏବଂ ସ୍ପଟିପାଏ ଆଦି ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ।
-
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…












Click it and Unblock the Notifications