ଫେବ୍ରୁଆରୀ ୧ରେ କାମଚଳା ବଜେଟ୍, ଫୋକସରେ ମହିଳା ଏବଂ କୃଷକ
Budget 2024: ସଂସଦର ପରବର୍ତ୍ତୀ ଅଧିବେଶନ 31 ଜାନୁୟାରୀରୁ ଆରମ୍ଭ ହୋଇ 9 ଫେବୃଆରୀରେ ଶେଷ ହେବ । ଜାନୁଆରୀ 31ରେ ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଅଧିବେଶନ ଆରମ୍ଭ ହେବ । ଏହା ପରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେବ୍ରୁଆରୀ 1 ତାରିଖରେ ଆଗତ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ। ତେବେ ଖାସ କଥା ହେଲା ଯେ ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ।
ସୂଚନା ଅନୁସାରେ, 9 ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ଆଧିବେଶ ଜାରି ରହିବ । ଜାନୁଆରୀ 31ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ଫେବୃଆରୀ 1 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ ।

2024 ଲୋକସଭା ନିର୍ବାଚନକୁ ନଜରରେ ରଖି ମୋଦି ସରକାର ଏହି ମଧ୍ୟବର୍ତ୍ତୀ ବଜେଟରେ ଅନକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବା ନେଇ ସୂଚନା ରହିଛି । ମୁଖ୍ୟତଃ ମହିଳା ଏବଂ କୃଷକଙ୍କ ସହ ଜଡିତ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ରିପୋର୍ଟ ଅନୁସାରେ, କୃଷକମାନଙ୍କୁ ଦିଆଯାଇଥିବା କିସାନ୍ ସାମନ୍ ନିଧି ଦ୍ୱିଗୁଣିତ କରିବାକୁ ସରକାର ଏକ ପ୍ରସ୍ତାବ ଆଣିପାରନ୍ତି।
ସୂଚନାଥାଉ ଯେ, ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୪ ତାରିଖଣେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା ହେଲେ ଏହି ଅଧିବେଶନକୁ ନିର୍ଦ୍ଧାରିତ ସମୟର ଦିନକୁ ପୂର୍ବରୁ ସମାପ୍ତ କରିବାକୁ ପଡିଥିଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଯୋଗୁ ବାଚସ୍ପତି ଅନେକ ବିରୋଧୀ ଦଳର ସାଂଦଦଙ୍କୁ ନିଲମ୍ବିତ କରିଥିଲେ।












Click it and Unblock the Notifications