ପଶ୍ଚିମବଙ୍ଗ ଆଇ-ପାକ୍‍ କାର୍ଯ୍ୟାଳୟ ତଦନ୍ତ ମାମଲାର ଆସନ୍ତା ମାସ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ପଶ୍ଚିମବଙ୍ଗରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ଇଣ୍ଡିଆନ୍‍ ପଲିଟିକାଲ୍‍ ଆକ୍ସନ କମିଟି-ଆଇ.ପାକ୍‍ ର କାର୍ଯ୍ୟାଳୟ ଏବଂ ଏହାର ସହପ୍ରତିଷ୍ଠାତା ପ୍ରତୀକ୍‍ ଜୈନଙ୍କ ବାସଭବନରୁ ଇଡି ପକ୍ଷରୁ ହୋଇଥିବା ଚଢ଼ାଉ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାକୁ ସୁପ୍ରିମକୋର୍ଟ ଆସନ୍ତା ମାସ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଚଢ଼ାଉ ଅଭିଯାନ ସମୟରେ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଅଭିଯୋଗ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି ।

sc

ସଲିସିଟର ଜେନେରାଲ୍‍ ତୁଷାର ମେହେଟ୍ଟା ଆଜିର ଶୁଣାଣିବେଳେ ଜବାବ ଦାଖଲ କରିବା ପାଇଁ ସମୟ ମାଗିବାରୁ ବିଚାରପତି ଜଷ୍ଟିସ୍‍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍‍ କେ.ଭି. ବିଶ୍ୱନାଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଆସନ୍ତାମାସ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହି ମାମଲା ଶୁଣାଣିରେ ପୂର୍ବରୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ସୃଷ୍ଟି କରିଥିବା ପ୍ରତିବନ୍ଧକକୁ ଅତ୍ୟନ୍ତ ଗମ୍ଭୀର ବୋଲି ଅଭିହିତ କରିଥିଲେ । ରାଜ୍ୟର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଗୁରୁତର ଅପରାଧ ଅଭିଯୋଗ ନେଇ କେନ୍ଦ୍ରୀୟ ସଂସ୍ଥାର ତଦନ୍ତରେ ହସ୍ତକ୍ଷେପ କରିପାରିବେ କି ନାହିଁ, ଏହା ଉପରେ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟରେ ଏହି ମାମଲା ଶୁଣାଣି ହେଉଛ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+