ଉତ୍ତର ପ୍ରଦେଶରୁ ଆସିଲା ଚାଞ୍ଚଲ୍ୟ କଲା ପରି ଖବର ; ୧୩ ମାସରେ ୯ ଜଣ ମହିଳାଙ୍କୁ ସମାନ ଢଙ୍ଗରେ ହତ୍ୟା
ଉତ୍ତର ପ୍ରଦେଶ ପୁଲିସ୍ର ନିଜ ହଜାଇ ଦେଇଛନ୍ତି ସନ୍ଦିଗ୍ଧ ସରିଏଲ କିଲର। ୧୩ ମାସରେ ୯ ଜଣ ମହିଳାଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯିବା ପରେ ପୁଲିସ ପକ୍ଷରୁ ୩ ସନ୍ଦିଗ୍ଧ ସିରିଏଲ କିଲରଙ୍କ ସ୍କେଚ ଜାରି କରାଯାଇଛି।

ଉତ୍ତର ପ୍ରଦେଶର ବରେଲୀର ଗ୍ରାମାଞ୍ଚଳରେ ୯ ଜଣ ମହିଳାଙ୍କୁ ୧୩ ମାସ ମଧ୍ୟରେ ପ୍ରାୟତଃ ସମାନ ଢଙ୍ଗରେ ହତ୍ୟା କରାଯାଇଛି। ମହିଳାମାନଙ୍କୁ ସେମାନଙ୍କ ଶାଢ଼ିରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସମସ୍ତଙ୍କ ମୃତଦେହ ଖୋଲା ପଡ଼ିଆରୁ ହିଁ ପୁଲିସ୍ ଜବତ କରିଛି। ତେଣୁ ସିରିଏଲ କିଲର ଶାଢ଼ି କିଲର ଭାବେ ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ପୁଲିସ୍ କହିଛି ଯେ ଗତବର୍ଷ ୮ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କ ବୟସ ୪୦ରୁ ୬୫ ବର୍ଷ ମଧ୍ୟରେ ରହିଥିଲା। ଶାହି, ଶୀଶାଗଡ଼ ଓ ଶେରଗଡ଼ ପୁଲିସ୍ ଷ୍ଟେସନ ଅଧୀନରେ ଏହା ଘଟିଥିଲା। ପ୍ରତିଟି ଅଞ୍ଚଳ ପରସ୍ପରର ସୀମାକୁ ଲାଗିଛି। ସମସ୍ତ ୮ ମହିଳାଙ୍କ ମୃତଦେହ ଆଖୁ କିଆରୀରୁ ମିଳିଥିଲା।
ସେହିପରି ସେମାନଙ୍କ କପଡ଼ା ଏଣେତେଣ ପଡ଼ି ରହିଥିଲା। କିନ୍ତୁ ଯୌନ ନିର୍ଯାତନାର କୌଣସି ସୂଚନା ମିଳି ନଥିଲା। ଅଧିକାଂଶ ମହିଳାଙ୍କୁ ସେମାନଙ୍କ ଶାଢ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରାଯାଇଥିଲା। ୩ଟି ହତ୍ୟାକାଣ୍ଡ ଜୁନରେ ଘଟିଥିବା ବେଳେ ଜୁଲାଇ, ଅଗଷ୍ଟ ଓ ଅକ୍ଟୋବରରେ ଜଣେ ଲେଖାଏ ଓ ନଭେମ୍ବରରେ ୨ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
୮ଟି ହତ୍ୟାକାଣ୍ଡ ପରେ ଅତିରିକ୍ତ ୩୦୦ ଜଣ ପୁଲିସ୍ କର୍ମଚାରୀଙ୍କୁ ୧୪ଟି ଟିମରେ ବିଭକ୍ତ କରି ସ୍ଥାନୀୟ ଅଞ୍ଚଳରେ ମୁତୟନ କରାଯାଇଥିଲା। କିଛି ପୁଲିସ୍ କର୍ମଚାରୀ ସାଦା ପୋଷାକରେ ସ୍ଥାନୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଥିଲେ। ଏହି ସମୟରେ କୌଣସି ହତ୍ୟାକାଣ୍ଡ ଘଟି ନଥିଲା କିମ୍ବା ହତ୍ୟାକାରୀ ମଧ୍ୟ ଧରା ପଡ଼ି ନଥିଲେ।
ତେବେ ଏଭଳି ସ୍ଥିତି ୭ ମାସ ଯାଏ ରହିଥିଲା। ଚଳିତ ବର୍ଷ ଜୁଲାଇ ମାସରେ ୪୫ ବର୍ଷୀୟ ଅନିତାଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଗୋଟିଏ ଆଖୁ କିଆରୀରୁ ମିଳିବାରୁ ପୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଅନିତାଙ୍କ ଘର ଶେରଗଡ଼ ଅନ୍ତର୍ଗତ ଭୂଜିୟା ଜାଗିର ଗାଁରେ। ସେ ଫତେଗଞ୍ଜର ଖିରକା ଗାଁରେ ଥିବା ତାଙ୍କ ବାପାଙ୍କ ଘରକୁ ଯାଇଥିଲା।
ସେ ଜୁଲାଇ ୨ରେ ଘରୁ ବାହାବା ସହ ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ତାଙ୍କ ମୃତଦେହ ଗୋଟିଏ ଆଖୁ କିଆରୀରୁ ମିଳିଥିଲା। ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କୁ ଶାଢ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରାଯାଇଛି।












Click it and Unblock the Notifications