ଆଜି ଶପଥ ନେବେ ଦେଶର ୪୯ତମ ମୁଖ୍ୟ ବିଚାରପତି
New Delhi: The New Chief Justice of India, UU Lalit.ସୁପ୍ରିମକୋର୍ଟକ ନୂଆ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଆଜି ଶପଥ ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଆଜି ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ସମାରୋହ । ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ବ ନେବେ ଜଷ୍ଟିସ ଲଳିତ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ନିଯୁକ୍ତି ଦିଆଯାଇଛି । ଗତକାଲି ଅବସର ନେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା ।

ଦିଲ୍ଲୀରେ ଏକ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିଲେ ଯାହା ପରେ ତାଙ୍କୁ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଡ୍ଭୋକେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ ଉଦୟ ଉମେଶ ଲଳିତ। ୨୦୧୪ରେ ତାଙ୍କୁ ସିଧାସଳଖ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଆଜି ଶପଥ ଗ୍ରହଣ ଉତ୍ସବରେ ଲଳିତଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ ।












Click it and Unblock the Notifications