ରାଜକୀୟ ଶୋକରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା, ବେରଙ୍ଗ ହେଲା ଗୁଗୁଲ୍
ସର୍ଚ୍ଚ ଇଞ୍ଜିନଗୁଗୁଲ ମଧ୍ୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି। ସ୍ୱର୍ଗତ ରାଣୀଙ୍କ ସମ୍ମାନରେ ରଙ୍ଗୀନ ଦିଶୁଥିବା ଗୁଗୁଲ ଆଜି ବେରଙ୍ଗ ହୋଇଛି । ଏହା ମୌନ ଶୋକର ପ୍ରତୀକ ।
ନୂଆଦିଲ୍ଲୀ: ଆଜି ଦେଶରେ ବ୍ରିଟିଶ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପାଇଁ ଦିନିକିଆ ଶୋକ ପାଳନ କରାଯାଉଛି । ସର୍ଚ୍ଚ ଇଞ୍ଜିନଗୁଗୁଲ ମଧ୍ୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି। ସ୍ୱର୍ଗତ ରାଣୀଙ୍କ ସମ୍ମାନରେ ରଙ୍ଗୀନ ଦିଶୁଥିବା ଗୁଗୁଲ ଆଜି ବେରଙ୍ଗ ହୋଇଛି । ଏହା ମୌନ ଶୋକର ପ୍ରତୀକ ।

Sending our deepest condolences to the people of the UK and around the world mourning the passing of Queen Elizabeth II. Her steadfast leadership and public service have been a constant through many of our lifetimes. She will be missed.
— Sundar Pichai (@sundarpichai) September 8, 2022
ଗୁରୁବାର ରୀଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ବାଲମୋରାଲ କ୍ୟାସଲରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ । ମୃତ୍ୟୁର ଦୁଇ ଦିନ ପୂର୍ବରୁ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ। ଲିଜ ରାଣୀଙ୍କୁ ଭେଟିଥିବା ଜଣାପଡିଥିଲା ।












Click it and Unblock the Notifications