ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ସହାୟକ ହେବ ; ମନ୍ତ୍ରୀ
ଭାରତବର୍ଷର ଗୁରୁକୁଳ ଏବଂ ଗୁରୁଶିଷ୍ୟ ପରମ୍ପରା ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ। ଆମେ ସମସ୍ତେ ଏଥିରୁ ଅନୁପ୍ରାଣିତ ହେବା ଉଚିତ। ଜାତୀୟ ଶିକ୍ଷାନୀତି ପରି ଏକ ମୌଳିକ ଶିକ୍ଷାନୀତି ଆମ ରାଜ୍ୟରେ ପ୍ରଣୟନ ହେବା ଦ୍ଵାରା ଛାତ୍ରଛାତ୍ରୀମାନେ ଏକ ଉପଯୁକ୍ତ ଶୈକ୍ଷିକ ପରିବେଶ ପାଇପାରିବେ ଯାହା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ତଥା ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନ ଠାରେ ଆୟୋଜିତ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ବିକାଶ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ। ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ଦ୍ୱାରା ଆମେ ଏହି ଲକ୍ଷ୍ୟକୁ ଶୀଘ୍ର ହାସଲ କରିପାରିବା ବୋଲି ସେ କହିଛନ୍ତି।












Click it and Unblock the Notifications