ରାମ ନାମ ହିଁ ଭାରତର ଆତ୍ମା, ଶାହା

୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଲା ଆଉ ପ୍ରଭୁ ତାଙ୍କ ଜନ୍ମ ବେଦୀକୁ ଫେରିଲେ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଦିନ ଭାରତର ଯାତ୍ରା ଆରମ୍ଭର ଦିନ। ଯେଉଁମାନେ ରାମ ବିନା ଭାରତକୁ କଳ୍ପନା କରନ୍ତି ସେମାନେ ଭାରତ କ'ଣ ଜାଣନ୍ତି ନାହିଁ । ରାମମନ୍ଦିର ଐତିହାସିକ ନିର୍ମାଣ ଏବଂ ରାମଲାଲାର ପ୍ରାଣପ୍ରତିଷ୍ଠା ଉପରେ ଆଲୋଚନା ବେଳେ ଲୋକ ସଭାରେ ଯୋଗ ଦେଇ ଶାହା ଏପରି କହିଛନ୍ତି ।

AMIT_SHAH

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମେ ଅଯୋଧ୍ୟାରେ ମହାନ ରାମମନ୍ଦିର ନିର୍ମାଣ ଭୂପୂଜନ ଏବଂ ତା'ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ତାଙ୍କ ନେତୃତ୍ୱ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ସେଥି ପାଇଁ ତାଙ୍କ ଭକ୍ତି ସାରା ଦୁନିଆ ଦେଖିଲା ।

ସେ କହିଛନ୍ତି, ୧୫୨୮ ପରଠାରୁ ପ୍ରତ୍ୟେକ ପିଢ଼ି ଏହି ଆନ୍ଦୋଳନର ପ୍ରତ୍ୟେକ ରୂପ ଦେଖିଛନ୍ତି। ଏହି ପ୍ରୟାସ ଦୀର୍ଘଦିନ ଧରି ଅଟକି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏହି ସ୍ବପ୍ନ ପୂରଣ ହୋଇଛି ଏବଂ ଆଜି ଦେଶ ଏହା ପୂରଣ ହୋଇଥିବା ମଧ୍ୟ ଦେଖୁଛି। ସେ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାଧୁସନ୍ଥଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ ୧୧ ଦିନ ଉପବାସ କରିଥିଲେ, ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+